20.1 C
Bhubaneswar
Sunday, February 8, 2026
Homeଓଡିଶାଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର

ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର

ଭୁବନେଶ୍ୱର : ରାଜ୍ୟର ୩୦ଜଣ ବରିଷ୍ଠ ଓଏଏସ୍ ଅଫିସର ମଙ୍ଗଳବାର ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଓଡ଼ିଶା ପ୍ରଶାସନିକ ସେବାର ଅଫିସରମାନଙ୍କୁ ରାଜ୍ୟ କ୍ୟାଡ଼ରରେ ଖାଲି ପଡ଼ିଥିବା ଆଇଏଏସ୍ ପଦବୀରେ ନିଯୁକ୍ତି ଦେବା ପରେ ମଙ୍ଗଳବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ସିଲେକ୍ଟ ଲିଷ୍ଟ-୨୦୨୩ ଓ ସିଲେକ୍ଟ ଲିଷ୍ଟ-୨୦୨୪ ବର୍ଷରେ ଏହି ୩୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ତେବେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେ ଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି । ଏହି ଅଫିସରମାନେ ଓଡ଼ିଶା କ୍ୟାଡ଼ରରେ ୨୦୧୪ ଓ ୨୦୧୫ ମସିହା ବ୍ୟାଚର ଆଇଏଏସ୍ ଭାବେ ପରିଗଣିତ ହେବେ ବୋଲି ସୂଚନା ମିଳିଛି ।

ଆଇଏଏସ୍ ପାହ୍ୟାକୁ ଗଲେ କେଉଁ ଓଏଏସ୍ ଅଫିସର ଜାଣନ୍ତୁ..
ଧରମ ହାଁସଦା, ରୀନା ମହାପାତ୍ର, ନିୟତୀ ପଟ୍ଟନାୟକ, ମହେଶ୍ୱର ସ୍ୱାଇଁ, ମୃଣାଳକାନ୍ତି ଦାସ, ଶ୍ରୀକାନ୍ତ ତରାଇ, ବୀରେନ୍ଦ୍ର କୋରକୋରା, ଲକ୍ଷ୍ମଣ କୁମାର ମଲ୍ଲିକ, ଉପମା କାଲୋ, ଲିଲି କୁମାର କୁଲୁ, କବୀନ୍ଦ୍ର କୁମାର ସାହୁ, ଆରାଧନା ଦାସ, ପ୍ରଦୀପ କୁମାର ନାୟକ, ମଧୁସୂଦନ ଦାଶ ଓ ପ୍ରେମଜିତ୍ ନାୟକ । ସେହିପରି ନରହରି ସେଠୀ, ଯୁଗଳେଶ୍ୱରୀ ଦାଶ, ମଧୁସ୍ମିତା ରଥ, ଦେବାଶୀଷ ସିଂ, ସୁବ୍ରତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନ ପଣ୍ଡା, ନିବେଦିତା ପୃଷ୍ଟି, ସ୍ୱୟଂମ ପ୍ରଭା ମହାନ୍ତି, ଇନ୍ଦ୍ରମଣି ନାୟକ, ସୁଦାମ ଚରଣ ମଣ୍ଡଳ ଓ ଗିରିଶ ଚନ୍ଦ୍ର ସିଂ ଅଛନ୍ତି ।

୨୦୨୩ ସିଲେକ୍ଟ ଲିଷ୍ଟରେ ସାମିଲ ଥିବା ଓଏଏସ୍ ଅଫିସରମାନଙ୍କୁ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଭାବେ ୨୦୧୪ ବ୍ୟାଚ୍ ଓ ୨୦୨୪ ସିଲେକ୍ଟ ଲିଷ୍ଟରେ ସ୍ଥାନିତ ଓଏଏସ୍ ଅଫିସରଙ୍କୁ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଭାବେ ୨୦୧୫ ବ୍ୟାଚ ଆବଣ୍ଟନ ହେବ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking