27.1 C
Bhubaneswar
Tuesday, October 22, 2024
Homeଓଡିଶା‘ଦାନା’ର ମୁକାବିଲା ପାଇଁ ୧୧ ଅଫିସରଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

‘ଦାନା’ର ମୁକାବିଲା ପାଇଁ ୧୧ ଅଫିସରଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର : ଭୟଙ୍କର ରୂପଧାରଣ କରି ସ୍ଥଳଭାଗ ଆଡ଼େ ମୁହାଁଇଥିବା ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ନିଜର ବିଭାଗୀୟ ୧୧ଜଣ ବରିଷ୍ଠ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେବା ସହ ସବୁ ମହାନଗର ନିଗମ ଓ ପୌରାଂଚଳ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି । ବିଭାଗର ଏହି ବରିଷ୍ଠ ଅଫିସରମାନେ ଆଜିଠୁ ସେମାନଙ୍କୁ ଆବଂଟିତ ଜିଲ୍ଲାରେ ଥିବା ସମସ୍ତ ପୌରାଂଚଳରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ସହ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ….
୧) ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକଙ୍କୁ ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲା ଦାୟିତ୍ୱ
୨) ଅତିରିକ୍ତ ସଚିବ ଶୁଭେନ୍ଦୁ କାନୁନଗୋଙ୍କୁ ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ
୩) ସ୍ୱତନ୍ତ୍ର ସଚିବ ଦେବାଶୀଷ ସିଂଙ୍କୁ ଗଞ୍ଜାମ ଓ ଗଜପତି
୪) ସ୍ୱତନ୍ତ୍ର ସଚିବ ଗଙ୍ଗାଧର ନାୟକଙ୍କୁ ମୟୂରଭଞ୍ଜ ଓ ବାଲେଶ୍ୱର,
୫) ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ରଙ୍କୁ କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼
୬) ଅତିରିକ୍ତ ସଚିବ ବିନୟ କୁମାର ଦାଶଙ୍କୁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼
୭) ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ଭଦ୍ରକ ଓ ଯାଜପୁର
୮) ଅତିରିକ୍ତ ସଚିବ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର
୯) ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର
୧୦) ଚିଫ ଇଞ୍ଜିନିୟର ତଥା ଅତିରିକ୍ତ ସଚିବ ଇଞ୍ଜିନିୟର ଅରବିନ୍ଦ ଜେନାଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର
୧୧) ଯୁଗ୍ମ ସଚିବ ସରୋଜ କୁମାର ଦାଶଙ୍କୁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା
୧୧ଜଣ ଅଫିସରଙ୍କୁ ୩୦ଟି ଜିଲ୍ଲା(ସମସ୍ତ ମହାନଗର ନିଗମ, ପୌରା ସଂସ୍ଥା ଓ ଏନଏସି)ରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସହ ବାତ୍ୟା ପରବର୍ତ୍ତୀ ରିଲିଫ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ତଦାରଖ କରିବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ଦ୍ୱାରା ସବୁ ମହାନଗର ନିଗମର କମିଶନର ଓ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଫିସରଙ୍କୁ ଦିଆଯାଇଥିବା ଏସଓପିରେ ବାତ୍ୟା ପୂର୍ବରୁ ପ୍ରସ୍ତୁତି, ବାତ୍ୟା ସମୟରେ ଗତିବିଧି ଓ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ଆଦି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking