29.1 C
Bhubaneswar
Friday, October 4, 2024
Homeଅପରାଧପୁରୁଷ ବନ୍ଧୁଙ୍କୁ କପଡ଼ାରେ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ୩ ଯୁବକ

ପୁରୁଷ ବନ୍ଧୁଙ୍କୁ କପଡ଼ାରେ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ୩ ଯୁବକ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଦିଲ୍ଲୀ ନିର୍ଭୟା ଭଳି କାଣ୍ଡ ଘଟିଛି । ଏଠାରେ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବା ଜଣେ ଯୁବତୀଙ୍କୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତମାନେ ପ୍ରଥମେ ଯୁବତୀଙ୍କ ବନ୍ଧୁଙ୍କୁ ପିଟିଥିଲେ ଏବଂ ତାଙ୍କୁ ଏକ କପଡ଼ାରେ ବାନ୍ଧି ଦେଇଥିଲେ । ଏହାପରେ ୨୧ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ଗୁରୁବାର ରାତି ପ୍ରାୟ ୧୧ଟାର ବୋଲି କୁହାଯାଉଛି । ଶୂନଶାନ ଜାଗା ଏବଂ ଅନ୍ଧାରର ଫାଇଦା ଉଠାଇ ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇଥିଲେ ।

ଘଟଣା ପରେ ପୀଡ଼ିତା ସକାଳ ୫ଟାରେ ପୋଲିସ ନିକଟରେ ପହଞ୍ଚିଥିଲେ ଏବଂ କୋଣ୍ଡୱା ଥାନାରେ ଯୁବକମାନଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲେ । ପୁଣେ ସିଟି ପୋଲିସର ସଂଯୁକ୍ତ ସିପି ରଞ୍ଜନ କୁମାର ଶର୍ମା କହିଛନ୍ତି, ଗତକାଲି ରାତିରେ ଯୁବତୀ ନିଜ ବନ୍ଧୁଙ୍କ ସହିତ ବୋପଦେବ ଘାଟ ଯାଇଥିଲେ । ଏହି ସମୟରେ ୩ ଜଣ ଅଜଣା ଯୁବକ ସେମାନଙ୍କ ପାଖକୁ ଆସିଥିଲେ ଏବଂ ପୁରୁଷ ସାଙ୍ଗଙ୍କୁ ପିଟିଥିଲେ । ଏହାପରେ ସେମାନେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ପୁରୁଷ ବନ୍ଧୁଙ୍କୁ କପଡ଼ାରେ ବାନ୍ଧି ଏଭଳି କାଣ୍ଡ ଘଟାଇଥିଲେ । ବର୍ତ୍ତମାନ ହସ୍ପିଟାଲରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ସେ ହୋଶ୍‌ରେ ଅଛନ୍ତି । ପୋଲିସ କହିଛି ଯେ ଆମେ ଯୁବତୀଙ୍କ ବୟାନ ରେକର୍ଡ କରିବାକୁ ପ୍ରୟାସ କରୁଛୁ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୧୦ରୁ ଅଧିକ ଟିମ୍ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking