25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶକୁକୁରଙ୍କ ଆକ୍ରମଣରେ ଚାଲିଗଲା ୩ ବର୍ଷର କୁନି ପୁଅର ଜୀବନ

କୁକୁରଙ୍କ ଆକ୍ରମଣରେ ଚାଲିଗଲା ୩ ବର୍ଷର କୁନି ପୁଅର ଜୀବନ

ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ଖେଳୁଥିଲା କୁନି ପୁଅ । ହଠାତ୍ ଆସିଲେ କୁକୁର ପଲ । କୁକୁରଙ୍କ ଆକ୍ରମଣରେ ଗଲା ଆୟୁଷର ଜୀବନ । ମଧ୍ୟପ୍ରଦେଶ ମନ୍ଦସୌର ଜିଲ୍ଲା ସୁବାସରା ରୁଣିଜା ରୋଡ୍ ନିକଟରେ ଘଟିଛି ଏଭଳି ଘଟଣା । ଏଠାରେ ପାଖାପାଖି ୪ରୁ ୫ଟି କୁକୁର ୩ ବର୍ଷର କୁନି ପୁଅକୁ କାମୁଡ଼ି ମାରିଦେଇଛନ୍ତି । ପୁଅର ଏଭଳି ବିଭତ୍ସ ମୃତ୍ୟୁରେ ପରିବାର ଲୋକେ ଘୋର ମାନସିକ ଅବସାଦ ଦେଇ ଗତି କରୁଛନ୍ତି । ସୂଚନା ମୁତାବକ, ସକାଳ ପାଖାପାଖି ୧୦ଟା ସମୟ । ଆୟୁଷ ନିଜର ଅନ୍ୟ ଦୁଇ ସାଙ୍ଗଙ୍କ ସହ ଗେଟ୍ ବାହାରେ ଖେଳୁଥିଲା । କିଛି ସମୟ ପରେ ରାସ୍ତା ଆରପଟୁ ୪ରୁ ୫ ବୁଲା କୁକୁର ଆସିଥିଲେ । ଭୟରେ ଦୁଇ ସାଙ୍ଗ ଦୌଡ଼ି ପଳାଇଥିବାବେଳେ ଆୟୁଷ କିନ୍ତୁ ଯାଇପାରିନଥିଲା । କୁକୁରମାନେ ତାକୁ ଭିଣି ପକାଇଥିଲେ । ପାଟି ଶୁଣି ଘର ଲୋକେ ଆସିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲା ପୁଅ । ତୁରନ୍ତ ହସ୍ପିଟାଲ ନେଇଥିଲେ ବି ସେତେବେଳକୁ ଆୟୁଷର ମୃତ୍ୟୁ ହୋଇସାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking