32.1 C
Bhubaneswar
Tuesday, October 22, 2024
Homeଓଡିଶା୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‌)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । କଟକ, ଭୁବନେଶ୍ୱର ଏବଂ ସମ୍ବଲପୁର ପରୀକ୍ଷା କେନ୍ଦ୍ରରେ ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ଏଥିନିମନ୍ତେ ଓପିଏସ୍‌ସି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ନଭେମ୍ବର ୩ରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ପର୍ୟ୍ୟନ୍ତ ଦ୍ୱିତୀୟ ସିଟିଂରେ ବାଧ୍ୟତାମୂଳକ ବିଷୟ ବା ପେପର୍‌ ପରୀକ୍ଷା କରାଯିବ । ୪ ତାରିଖଠାରୁ ୬ ତାରିଖ ପର୍ୟ୍ୟନ୍ତ ଦୁଇଟି ସିଟିଂରେ ଇଚ୍ଛାଧୀନ ବିଷୟ ପରୀକ୍ଷା ହେବ ।

ଭୁବନେଶ୍ୱରର ଡିଆର ନୟାପଲ୍ଲୀ କଲେଜ ଏବଂ ୟୁନିଭରସିଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମୋଟ ୪୧୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ କଟକ ଇପ୍‌ସାର୍‌ କଲେଜ କେନ୍ଦ୍ରରେ ୨୨୭ ଓ ସମ୍ବଲପୁରର ଧନକଉଡ଼ା ସେଣ୍ଟ ଜନ୍‌ସ୍‌ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୪୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଅକ୍ଟୋବର ୨୮ ତାରିଖରୁ ପରୀକ୍ଷାର୍ଥୀମାନେ ଓପିଏସ୍‌ସି ୱେବ୍‌ସାଇଟ୍‌ରୁ ପରୀକ୍ଷା ପ୍ରବେଶପତ୍ର ପାଇପାରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking