28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଏନ୍‌କାଉଣ୍ଟରରେ ୩ ଆତଙ୍କୀ ସଫା

ଏନ୍‌କାଉଣ୍ଟରରେ ୩ ଆତଙ୍କୀ ସଫା

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପିଲିଭିତ୍‌ରେ ବଡ଼ ଧରଣ ଏନକାଉଣ୍ଟର ହୋଇଛି। ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ। ଉତ୍ତର ପ୍ରଦେଶ ପିଲ୍‌ଭିତରେ ୟୁପି ଓ ପଞ୍ଜାବ ପୁଲିସ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଛି। ଗୁରୁଦାସପୁରର ଏକ ଥାନା ଉପରେ ଏହି ୩ ଆତଙ୍କବାଦୀ ହିଁ ହମ୍‌ଲା କରିଥିଲେ। ଗ୍ରେନ୍‌ଡ୍‌ ମାଡ କରିବା ସହ ବୋମା ମଧ୍ୟ ଫିଙ୍ଗିଥିଲେ। ଏନ୍‌କାଉଣ୍ଟରେ ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ। ପୁଲିସ ସୂଚନା ମୁତାବକ, ଆଜି ସକାଳୁ ପୁଲିସ ଷ୍ଟେସନ ଉପରେ ଗ୍ରେନେଡ୍‌ ହମ୍‌ଲା କରିଥିବା ତିନି ଖଲିସ୍ତାନୀ ଆତଙ୍କବାଦୀଙ୍କ ସ୍ଥିତି ସମ୍ପର୍କରେ ଗୁରୁଦାସପୁର ପୁଲିସ ୟୁପିର ପୁରାଣପୁର ପୁଲିସ ଷ୍ଟେସନକୁ ଆସି ସୂଚନା ଦେଇଥିଲା। ଏହାପରେ ପୂରା ଅଞ୍ଚଳକୁ ଅବରୋଧ କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking