18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଏନ୍‌କାଉଣ୍ଟରେ ୩ ଆତଙ୍କୀ ନିପାତ

ଏନ୍‌କାଉଣ୍ଟରେ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳ ଏବଂ ଅନନ୍ତନାଗ ଜିଲ୍ଲାରେ ଶନିବାର ସକାଳେ ହୋଇଥିବା ଦୁଇଟି ପୃଥକ୍ ଏନ୍‌କାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା (ଏଲ୍‌ଇଟି)ର ଉସ୍‌ମାନ୍ ଓରଫ ଛୋଟା ୱାଲିଦ୍ ନାମକ ଜଣେ ଶୀର୍ଷସ୍ତରୀୟ କମାଣ୍ଡର ସମେତ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ଆଇଜି ଭିକେ ଭିରଡ଼ି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ଖାନିଆର ଅଞ୍ଚଳରେ ନିହତ ଆତଙ୍କୀ ଉସମାନ୍ ଦୀର୍ଘ ବର୍ଷ ଧରି ଜମ୍ମୁ କାଶ୍ମୀର ଉପତ୍ୟକାରେ ବେଶ୍ ସକ୍ରିୟ ରହିଥିଲା। ଉପତ୍ୟକାରେ ଘଟିଯାଇଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସମ୍ପୃକ୍ତ ଥିଲା। ଆଇଜିଙ୍କ କହିବାନୁସାରେ ପ୍ରଥମେ ଅନନ୍ତନାଗ ଜିଲ୍ଲାର ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ କରିଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ।

ଜମ୍ମୁ କାଶ୍ମୀର ପୁଲିସ୍‌, ସେନା ଏବଂ ସିଆରପିଏଫ୍ ଦ୍ୱାରା ଏହି ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଖାନିଆର ପ୍ରାନ୍ତରେ କିଛି ଆତଙ୍କବାଦୀ ଡେରା ପକାଇଥିବା ନେଇ ସୂଚନା ମିଳିବା ପରେ ଏଠାରେ ସୁରକ୍ଷା ବାହିନୀ ଖାନିଆର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବ ଦେଇଥିଲେ। ସର୍ଚ୍ଚ ଅପରେଶନ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା। ତେବେ ରିପୋର୍ଟ ଲେଖାହେବା ବେଳକୁ ଉସ୍‌ମାନ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking