16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପାଣି ଟାଙ୍କି ଭୁଷୁଡି ୩ ଛାତ୍ର ମୃତ

ପାଣି ଟାଙ୍କି ଭୁଷୁଡି ୩ ଛାତ୍ର ମୃତ

ନୂଆଦିଲ୍ଲୀ : ସ୍କୁଲରେ  ପାଣି ଟାଙ୍କି ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା  ଅରୁଣାଚଳ ପ୍ରଦେଶର  ନାହରଲାଗୁନରେ ଘଟିଛି ।  ଏହି ଘଟଣାରେ  ଅନ୍ୟ ତିନି ଜଣ ଛାତ୍ର  ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ  ଚିକିସ୍‌ôା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛନ୍ତି । ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଖେଳୁଥିଲେ । ଏହି ସମୟରେ ପାଣି ଟାଙ୍କି ଭୁଷୁଡି ପଡିଥିଲା ।  ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।  ସମସ୍ତଙ୍କୁ  ସ୍ଥାନୀୟ  ଟୋମୋ ରିବା   ମେଡିକାଲ କଲେଜରେ  ଭର୍ତ୍ତି କରାଯାଇଥିଲା ।  ହେଲେ ସେଠାରେ ୩  ଜଣ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା  କରିଥିଲେ । ମୃତଦେହକୁ ବ୍ୟବଛେଦ ପାଇଁ  ପଠାଯାଇଛି କହିଛନ୍ତି  ଏସପି ।  ମୃତକମାନେ ନବମ ଶ୍ରେଣୀର । ଆହତମାନେ ଷଷ୍ଠ, ସପ୍ତମର ବୋଲି ଜଣାପଡିଛି ।  ପୋଲିସ ଘରୋଇ ସ୍କୁଲର ପ୍ରଧାନ ଶିକ୍ଷକ , ଏବଂ ତାରିଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking