27.1 C
Bhubaneswar
Monday, March 30, 2026
Homeଓଡିଶା୩ ଶ୍ରମିକଙ୍କ ଉପରେ ଚଢିଗଲା ବସ

୩ ଶ୍ରମିକଙ୍କ ଉପରେ ଚଢିଗଲା ବସ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର  ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ  ଏହି ଦୁର୍ଘଟଣା ଘଟିଛି ।  ମୃତକମାନେ ହେଲେ  ପରଜଙ୍ଗ  ଥାନା  ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ  ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ  ସୁମନ୍ତ ପରିଡା । ଖଇରାମୁଣ୍ଡା  ଗାଁରେ ଜଣଏ ବ୍ୟକ୍ତିଙ୍କର ଛାତ ପଡିଥାନ୍ତା । ଏଥିପାଇଁ ୩ ଜଣ  ବାଇକ ଯୋଗେ ଗାଁକୁ ଯାଉଥିଲେ ।  ଏହିସମୟରେ ଯାତ୍ରୀବାହୀ ବସଟି  ସେମାନଙ୍କୁ ଧକ୍କା ଦେଇଥିଲେ ।  ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ହୋଇଥିବା ବେଳେ ପିନୁ ଏବଂ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ   ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ତାଳଚେର-ଡ଼ୁବୁରୀକୁ ଯାତାୟତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ପରଜଙ୍ଗ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking