17.1 C
Bhubaneswar
Tuesday, December 16, 2025
Homeଅପରାଧ୩ ଲୁଟେରା ଗିରଫ: ୮ ବାଇକ୍ ଚେଚିସ୍ ଜବତ

୩ ଲୁଟେରା ଗିରଫ: ୮ ବାଇକ୍ ଚେଚିସ୍ ଜବତ

କଟକ: କଟକ ଓ ଏହାର ଆଖପାଖ ଅଞ୍ଚଳରୁ ବାଇକ୍ ଲୁଟୁଥିବା ଏକ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି। ଗିରଫମାନେ ହେଲେ ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳର ଜଗୁ ଓରଫ ସରୋଜ ବେହେରା (୪୦),ରଘୁନାଥପୁର ଅନ୍ତର୍ଗତ ଜଗନ୍ନାଥପୁରର ଦିପୁନା ଓରଫ ଗଗନ ସାହୁ (୩୧)ଏବଂ ହାଜିପୁରର ଟୁଲୁ ଓରଫ ରଶ୍ମିରଞ୍ଜନ ବେହେରା(୩୧)।

ଏମାନେ ଏସ୍‌ସିବି ମେଡିକାଲ୍ ଅଞ୍ଚଳରୁ ବାଇକ୍ ଚୋରି କରି ଏହାକୁ କବାଡିଆ ଦୋକାନରେ ବିଭିନ୍ନ ପାର୍ଟସ ଅକାରରରେ ବିକ୍ରି କରୁଥିଲେ। ଜଗୁ ଓ ଦୀପୁନା ବାଇକ୍ ଚୋରି କରି ହାଜିପୁରର ଟୁଲୁକୁ ବିକ୍ରି କରୁଥିଲେ। ଟୁଲୁ ଏହାର ପାର୍ଟସ ଖୋଲି ବିକ୍ରି କରୁଥିଲା। ତେବେ ମୟୁରଭଞ୍ଜ ଖୁଣ୍ଟା ଅଞ୍ଚଳର ଯଦୁନାଥ ହେମ୍ବ୍ରେମ୍‌ଙ୍କ ବାଇକ୍ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ ପରିସରରୁ ଗତକାଲି ଏକ ବଜାଜ୍ ବାଇକ୍ ଚୋରି ହୋଇଥିଲା ବେଳେ ତାଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking