33.1 C
Bhubaneswar
Sunday, July 7, 2024
Homeଅପରାଧଗୁଣିଗାରେଡ଼ି ସନ୍ଦେହରୁ ୩ଜଣଙ୍କୁ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରୁ ୩ଜଣଙ୍କୁ ହତ୍ୟା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ପଂଚାୟତ ବରପଦା ଗାଁରେ ୩ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନନଙ୍କର ମୃତଦେହ ପାହାଡ଼ ଉପରୁ ଉଦ୍ଧାର କରାଯାଇଛି । ମୃତକମାନଙ୍କ ମଧ୍ୟରେ ଦଂପତି ଦାମ୍ପା ସିଂ, ତାଙ୍କର ସ୍ତ୍ରୀ ଜାଲିଆ ସିଂହ ଓ ସମ୍ବାରି ସିଂ ଅଛନ୍ତି । ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଗୁଣିଗାରେଡ଼ିକୁ ନେଇ ଜଣେ ଯୁବକକୁ ଗାଁ ଲୋକେ ସନ୍ଦେହ କରିଥିଲେ । ଜଣେ ମହିଳା ବଣକୁ କାଠ ସଂଗ୍ରହ କରିବାକୁ ଯାଉଥିବା ବେଳେ କୌଣସି କାରଣରୁ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା ।

ଫଳରେ ଗ୍ରାମବାସୀମାନେ ମହିଳା ଜଣଙ୍କ ଗୁଣିଗାରେଡ଼ି କରୁଥିବାରୁ ତାଙ୍କର ଆଖି ଫୁଟିଯାଇଥିବା ସନ୍ଦେହ କରିଥିଲେ । ଗତ ରବିବାର ଦିନ ସନ୍ଧ୍ୟା ସମୟରେ ଗ୍ରାମର ଜଣଙ୍କର ଜନ୍ମଦିନ ଥିବାରୁ ଭୋଜିଭାତର ଆସର ଜମିଥିଲା । ଏହି ଭୋଜିକୁ ଦାମ୍ପା ସିଂ ମଧ୍ୟ ଯାଇଥିଲେ । ତେବେ ଏଠାରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଏତେ ଉଗ୍ରରୂପ ନେଲା ଯେ କିଛି ଯୁବକ ମିଶି ଦାମ୍ପା ସିଂକୁ ପିଟିପିଟି ହତ୍ୟା କରିଥିଲେ । ଅନ୍ୟ ଜଣେ ମହିଳା ସମ୍ବାରି ସିଂ ଏହାର ପ୍ରତିବାଦ କରିବା ସହିତ ଅନ୍ୟ ଲୋକମାନଙ୍କୁ କହିଦେବେ ବୋଲି କହିଥିଲେ । ତେଣୁ ଉକ୍ତ ଯୁବକମାନେ ତାଙ୍କୁ ମଧ୍ୟ ପିଟିପିଟି ହତ୍ୟା କରିଥିଲେ । ଏଥି ସହ ଦାମ୍ପା ସିଂଙ୍କ ପତ୍ନୀ ଜାଲିଆ ସିଂ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ । ପରେ ଗାଁରେ ଏକ ବୈଠକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking