25.1 C
Bhubaneswar
Tuesday, March 17, 2026
Homeଓଡିଶା୩ ବିଧାୟକଙ୍କୁ ନିଲମ୍ବିତ କରାଗଲା, ଆଗକୁ ସଭ୍ୟପଦ ରଦ୍ଦ ପାଇଁ କାର୍ଯାନୁଷ୍ଠାନ

୩ ବିଧାୟକଙ୍କୁ ନିଲମ୍ବିତ କରାଗଲା, ଆଗକୁ ସଭ୍ୟପଦ ରଦ୍ଦ ପାଇଁ କାର୍ଯାନୁଷ୍ଠାନ

ଭୁବନେଶ୍ୱର : ୧୬ ତାରିଖ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦଳର ତିନିଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ସେମାନଙ୍କ ବିରୋଧରେ ଶୃଙ୍ଖଳାନୁଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀ ଯୋଗଦେଇ କହିଥିଲେ ଯେ, ସମସ୍ତ ବିଧାୟକଙ୍କୁ ୧୩ ତାରିଖରୁ ୧୬ ତାରିଖ ପର‌୍ୟ୍ୟନ୍ତ ଭୁବନେଶ୍ୱରରେ ରହି ଯୋଗାଯୋଗରେ ରହିବାକୁ ହୁଇପ ଜାରି କରାଯାଇଥିଲା ଏବଂ ଦଳର ନିର୍ଦ୍ଦେଶକ୍ରମେ ବିଜେଡ଼ି ଓ କଂଗ୍ରେସର କମନ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କୁହାଯାଇଥିଲା । କିନ୍ତୁ ତାହାକୁ ଅବମାନନା କରି ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗୋ ଓ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦଳ ବିରୁଦ୍ଧରେ ଯାଇ ବିଜେପି ସମର୍ଥିିତ ପ୍ରାର୍ଥୀଙ୍କୁ ଭୋଟ ଦାନ କରିଥିଲେ । ଯାହା ଗୁରୁତ୍ୱର ବିଶୃଙ୍ଖଳିତ ଆଚରଣର ପରିଚାୟକ । ତେଣୁ ଏଆଇସିସିଙ୍କ ସହମତି କ୍ରମେ ଉପରୋକ୍ତ ୩ ବିଧାୟକଙ୍କୁ କଂଗ୍ରେସ ଦଳରୁ ନିଲମ୍ବିତ କରାଗଲା । ଏହାଛଡ଼ା କଟକ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ଦଳବିରୋଧି ଆଚରଣ ପାଇଁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରାଗଲା ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ମିଡିଆସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ କଂଗ୍ରେସ ବର୍ତ୍ତମାନ ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହର ପର‌୍ୟ୍ୟନ୍ତ ଜନମାନସରରେ ଏକ ବିଶ୍ୱାସ ଏବଂ ଆସ୍ଥା ସୃଷ୍ଟିକରି ଆସୁଥିବା ବେଳେ କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ଏଭଳି ଆଚରଣ ଅକ୍ଷମଣୀୟ ଅଟେ । ନିଜକୁ କଂଗ୍ରେସର ସଚ୍ଚା ରକ୍ଷକ ବୋଲି ବାହାସ୍ଫୋଟ ମାରୁଥିବା ନେତା କିଭଳି ଗାଈଗୋରୁଙ୍କ ଭଳି ବିଜେପି ହାତରେ ବିକ୍ରୀ ହୋଇଗଲେ । ଦଳର ସର୍ବୋଚ୍ଚ ନେତା ଜାତୀୟ କଂଗ୍ରେସର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କୁ ଯେଉଁମାନେ ଭେଟିବାପାଇଁ ଗଲେ ନାହିଁ ସେମାନେ କଂଗ୍ରେସକୁ କେତେ ଭଲ ପାଉଛନ୍ତି ଜଣାପଡ଼ୁଛି । କଂଗ୍ରେସ ଟିକେଟ ଏବଂ ସମସ୍ତ ସାହାଯ୍ୟ ସହଯୋଗ ବଳରେ ଦୁଇ ଦୁଇଥର ନିର୍ବାଚନୀ ବୈତରଣୀ ପାର ହୋଇଥିବା ବିଧାୟକଙ୍କ ଏତାଦୃଶ କାର‌୍ୟ୍ୟ କେବେବି କ୍ଷମା କରାଯାଇ ପାରିବ ନାହିଁ । ବର୍ତ୍ତମାନ ନିଲମ୍ବନ କରାଯାଇଛି ଆଗକୁ ସଭ୍ୟପଦ ରଦ୍ଦ ପାଇଁ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ଯେଭଳି ପୂର୍ବରୁ ଶରଦ ଯାଦବଙ୍କ ସଭ୍ୟ ପଦ ମାନ୍ୟବର ସୁପ୍ରିମ କୋର୍ଟ ରଦ୍ଦ କରିଥିଲେ । ଦଳ ସହିତ ସେମାନେ କେବଳ ବିଶ୍ୱାସଘାତ କରିନାହାନ୍ତି ବରଂ ନିଜ ରାଜନୈତିକ ଭବିଷ୍ୟତ ଉପରେ ମଧ୍ୟ କୁଠାରଘାତ କରିଛନ୍ତି l ସେମାନେ କେଉଁ ମୁହଁ ନେଇ ନିଜ ଭୋଟରଙ୍କ ପାଖକୁ ଯିବେ ? ଯେଉଁମାନଙ୍କ ମାନଙ୍କ ଚୋରା ଓ ଦୁର୍ନିତୀଯୁକ୍ତ କାରବାର ଅଛି ସେମାନେ ଶାସକ ଦଳକୁ ସମର୍ଥନ କରିବାକୁ ବାଧ୍ୟ । ତେବେ ବିଜେପି ସମରô୍ଥତ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କେତେ କୋଟି ଟଙ୍କା ନେଇଛନ୍ତି ତାହା ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ପ୍ରକାଶ କରନ୍ତୁ । ମୁଁ ଧନ୍ୟବାଦ ଦେବି ଆମ ଅନ୍ୟ ବିଧାୟକମାନଙ୍କୁ କୋଟି କୋଟି ଟଙ୍କାର ପ୍ରଲୋଭନ ସତ୍ୱେ ସେମାନେ ନିଜ ନୈତିକତାକୁ ବଜାୟ ରଖିଛନ୍ତି ଏବଂ ଦଳର ନିର୍ଦ୍ଦେଶକୁ ସମ୍ମାନ କରିଛନ୍ତି । ଏହା ସହିତ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଆମ ସମରô୍ଥତ ପ୍ରାଥୀଙ୍କୁ ଭୋଟ ଦେଇଥିବାରୁ ପ୍ରଶଂସାର ପାତ୍ର । ୩ ବିଧାୟକଙ୍କ ବିରୋଧରେ ଯେତେ କଡ଼ା କାର‌୍ୟାନୁଷ୍ଠାନ ନିଆଯାଇପାରେ ତାହା ଆଗକୁ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking