କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପଢେଇଗୁଡା ଆଶ୍ରମ ବିଦ୍ୟାଳୟରୁ ନିଖୋଜ ୩ ଛାତ୍ରୀ । ଛାତ୍ରୀମାନେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ସମସ୍ତେ ଖ୍ରୀଷ୍ଟ ମା ଛୁଟିରେ ଘରକୁ ଯାଇଥିଲେ । ଗତକାଲି ଅପରାହ୍ମ ସାଢେ ୩ଟାରେ ଅଭିଭାବକମାନେ ଛାତ୍ରୀଙ୍କୁ ବିଦ୍ୟାଳୟରେ ଛାଡି ଯାଇଥିଲେ । ଅପରାହ୍ମ ୪ଟା ବେଳେ ବିଦ୍ୟାଳୟରୁ ୩ ଛାତ୍ରୀ ନିଖୋଜ ଥିବା ନେଇ ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଅଭିଭାବକମାନେ ବୋରିଗୁମ୍ମା ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ପୋଲିସ ବିଦ୍ୟାଳୟରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା ।









