24.1 C
Bhubaneswar
Saturday, October 19, 2024
Homeଓଡିଶାଆତ୍ମସମର୍ପଣ କଲେ ୩ ମାଓବାଦୀ

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଓ ୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପୋଡିୟମ ମାଙ୍ଗୁ ଓରଫ ଡିଭେଣ୍ଡର(୨୬), ତେଲେଙ୍ଗାନାର ମାଡିଭି ଆଡାଇମ ଓରଫ ଅନୁଷା(୨୩) ଏବଂ ଆନ୍ଧ୍ରପ୍ରଦେଶର କୁଦାମ ସୋମାଲି(୨୨)। ଏହି ତିନି ଜଣ ୨୦୧୮-୧୯ ମସିହାରେ ତେଲେଙ୍ଗାନା ରାଜ୍ୟ କମିଟିର ବିକେ-ଏଏସଆର ଡିଭିଜନରେ ସାମିଲ ହୋଇଥିଲେ। ପରେ ପଦନ୍ନୋତି ପାଇଥିଲେ।ଏମାନଙ୍କ ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସରକାରଙ୍କ ତରଫରୁ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏମାନେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି।ବର୍ତ୍ତମାନ ମାଓ ଦଳରେ ଆଉ ଆଦର୍ଶ ବୋଲି କିଛି ନାହିଁ। ତେଣୁ ମାଓ ସଂଗଠନର ନେତା ଓ ସଦସ୍ୟମାନେ ଦଳ ଛାଡୁଛନ୍ତି ବୋଲି ପୁଲିସ କହିଛି। ଆତ୍ମସମର୍ପଣ କରି ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହୁଁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking