28.1 C
Bhubaneswar
Thursday, February 5, 2026
Homeଓଡିଶାଏନକାଉଣ୍ଟରରେ ୩ ମାଓବାଦୀ ନିହତ

ଏନକାଉଣ୍ଟରରେ ୩ ମାଓବାଦୀ ନିହତ

ରାୟପୁର: ସୁରକ୍ଷାବଳଙ୍କୁ ବଡ ସଫଳତା। ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ଗୁରୁବାର ଛତିଶଗଡର ସୁକମା ଜିଲ୍ଲା ଗୋଲାପଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଶତାଧିକ ମାଓବାଦୀ ଲୁଚିଥିବା ବେଳେ ଡିଆରଜି ଯବାନ ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ସମେତ ତିନି ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ନିହତ ନକ୍ସଲଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ପୂର୍ବରୁ, ଡିସେମ୍ବର ୩ ତାରିଖରେ, ଦାନ୍ତେୱାଡା-ବିଜାପୁର ସୀମାରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୧୨ ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ। ନିହତଙ୍କ ମଧ୍ୟରେ ଡିଭିଜନାଲ୍ କମିଟି ସଦସ୍ୟ ଭେଲା ମୋଦିୟାମ୍, ଜଣେ ବରିଷ୍ଠ ମାଓ ନେତା ମଧ୍ୟ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking