27.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଇରାନ୍‌ରେ ୩ ଭାରତୀୟ ନିଖୋଜ

ଇରାନ୍‌ରେ ୩ ଭାରତୀୟ ନିଖୋଜ

ତେହରାନ୍‌: ଇରାନରେ ୩ ଭାରତୀୟ ନିଖୋଜ ହୋଇଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ଏହି ନିଖୋଜ ତିନିଜଣ ହେଲେ ହୁଶେନପ୍ରୀତ୍ ସିଂହ (ସଙ୍ଗରୁର), ଜଶପାଲ ସିଂହ (ଏସ୍‌ବିଏସ୍ ନଗର) ଏବଂ ଅମୃତପାଲ ସିଂହ (ହୋସିଆରପୁର) । ଏମାନେ ଏକତ୍ର ଇରାନ ଯାତ୍ରା କରିଥିବା ବେଳେ ଗତ ୧ ତାରିଖରେ ସେଠାରେ ପହଞ୍ôଚଥିଲେ । କିନ୍ତୁ ଏହା ପରଠାରୁ ସେମାନେ ନିଖୋଜ ରହିଛନ୍ତି । ଏସମ୍ପର୍କରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଭାରତୀୟ ଦୂତାବାସ ଅଧିକାରୀଙ୍କ ନିକଟରେ ଫେରାଦ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଅନ୍ୟପକ୍ଷେ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ତେହେରାନ ସ୍ଥିତ ଦୂତାବାସ ଅଧିକାରୀଙ୍କୁ ସେମାନଙ୍କୁ “ତୁରନ୍ତ ସନ୍ଧାନ’ କରିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ନିର୍ଦ୍ଦେଶ ଜାରି କରିଛି ।

ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି ପୂର୍ବକ କହିଛି, “ତିନି ଜଣ ଭାରତୀୟ ନାଗରିକଙ୍କ ପରିବାର ସଦସ୍ୟ ଭାରତୀୟ ଦୂତାବାସକୁ ଜଣାଇଛନ୍ତି ଯେ, ଇରାନ ଯାତ୍ରା କରିବା ପରେ ସେମାନଙ୍କ ସମ୍ପର୍କୀୟ ନିଖୋଜ ଅଛନ୍ତି । ପଞ୍ଜାବର ହୋସିଆରପୁରର ଜଣେ ଏଜେଣ୍ଟ ଦୁବାଇ-ଇରାନ୍ ରୁଟ୍ ଦେଇ ଏହି ତିନି ଜଣଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ପ୍ରତିଶ୍ରୁତି ଦେଇ ନେଇଯାଇଥିଲା । ସେ ସେମାନଙ୍କୁ ଇରାନରେ ରହିବାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । । କିନ୍ତୁ ମେ ୧ ତାରିଖରେ ଇରାନରେ ପହଞ୍ଚିବା ପରେ ତିନିଜଣଙ୍କୁ ଅପହରଣ କରାଯାଇଥିଲା । ତେବେ ତେହରାନ୍ ସ୍ଥିତ ଭାରତୀୟ ଦୂତାବାସ ଇରାନ କର୍ତ୍ତୃପକ୍ଷଙ୍କ ସହିତ ଏହି ମାମଲାକୁ ଦୃଢ଼ ଭାବରେ ଉଠାଇଛି ଏବଂ ନିଖୋଜ ଭାରତୀୟମାନଙ୍କୁ ତୁରନ୍ତ ଖୋଜିବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛି ।

ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଅପହରଣକାରୀମାନେ ୧ କୋଟି ଟଙ୍କା ସେମାନଙ୍କ ମୁକ୍ତି ପାଇଁ ଦାବି କରିଥିଲେ । ଅପହରଣକାରୀମାନେ ସେମାନଙ୍କୁ ହଳଦିଆ ରଶିରେ ବନ୍ଧା ହୋଇଥିବା ଏବଂ ସେମାନଙ୍କ ହାତରୁ ରକ୍ତ ଝରୁଥିବାର ଏକ ଭିଡିଓ ମଧ୍ୟ ପଠାଇଥିଲେ ଏବଂ ଟଙ୍କା ନ ପଠାଇଲେ ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । କିନ୍ତୁ ଗତ ୧୧ ତାରିଖରୁ ଆଉ କୌଣସି ଫୋନ୍‌କଲ୍ ଆସିନଥିବା ପରିବାର ସଦସ୍ୟମାନେ କହିଛନ୍ତି । ଅନ୍ୟପକ୍ଷେ ଏମାନଙ୍କୁ ବିଦେଶ ପଠାଇଥିବା ହୋସିଆରପୁରର ଏଜେଣ୍ଟଜଣକ ମଧ୍ୟ ନିଖୋଜ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking