17.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଇରାନରେ ନିଖୋଜ ୩ ଭାରତୀୟ

ଇରାନରେ ନିଖୋଜ ୩ ଭାରତୀୟ

ନୂଆଦିଲ୍ଲୀ: ଇରାନରେ ନିଖୋଜ ୩ ଭାରତୀୟ। ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ତେହେରାନର ଭାରତୀୟ ଦୂତାବାସ ନିଶ୍ଚିତ କରିଛନ୍ତି । ନିଖୋଜ ଭାରତୀୟ ହେଲେ ପଞ୍ଜାବ ସାଙ୍ଗରୁର ହୁଶନପ୍ରୀତ ସିଂ, ଏସବିଏସ ନଗରର ଜସପାଲ ସିଂହ, ହୋସିଆରପୁରର ଅମୃତପାଲ ସିଂ । ମେ ୧ ତାରିଖରେ ତେହେରାନରେ ଅବତରଣ କରିବା ପୂର୍ୱରୁ ନିଖୋଜ ହୋଇଯାଇଛନ୍ତି । ୩ ଜଣ ଭାରତୀୟ ନାଗରିକଙ୍କ ପରିବାର ସଦସ୍ୟ ଇରାନ ଯାତ୍ରା କରିବା ପରେ ନିଖୋଜ ଥିବା ଭାରତୀୟ ଦୂତାବାସକୁ ସୂଚନା ଦେଇଛନ୍ତି। ଦୂତାବାସ ଏହି ମାମଲାକୁ ଇରାନ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ଭାବରେ ଉଠାଇଛି ଏବଂ ନିଖୋଜ ଭାରତୀୟଙ୍କୁ ତୁରନ୍ତ ଖୋଜାଖୋଜି କରିବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନୁରୋଧ କରିଛି,” ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି। ମେ ୧ ତାରିଖରେ ସେମାନେ ଇରାନରେ ଅବତରଣ କରିବା ପରେ ସେମାନଙ୍କୁ ଅପହରଣ କରାଯାଇଥିଲା।ପରିବାର ଲୋକଙ୍କ କହିବା ଅନୁଯାୟୀ, ଅପହରଣକାରୀମାନେ ୧ କୋଟି ଟଙ୍କା ମୁକ୍ତକରା ଦାବି କରିଥିଲେ। ପରିବାରବର୍ଗ କହିଛନ୍ତି ଯେ ଅପହରଣକାରୀମାନେ ହଳଦିଆ ରଶିରେ ବନ୍ଧା ହୋଇଥିବା ଏବଂ ସେମାନଙ୍କ ହାତରୁ ରକ୍ତ ଝରୁଥିବାର ଏକ ଭିଡିଓ ପଠାଇଥିଲେ। ଆହୁରି ମଧ୍ୟ କହିଛନ୍ତି ଯେ, ଟଙ୍କା ନ ପଠାଗଲେ ସେମାନେ ପୁରୁଷମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଅପହରଣକାରୀଙ୍କ ଫୋନ୍ ମାଧ୍ୟମରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଉଥିଲେ। ମେ ୧୧ ତାରିଖରୁ ପରିବାର ସେମାନଙ୍କ ସହ ଯୋଗାଯୋଗ କରିନାହାଁନ୍ତି।ହୋସିଆରପୁରର ଯେଉଁ ଏଜେଣ୍ଟ ଲୋକଙ୍କୁ ବିଦେଶ ପଠାଇଥିଲେ ସେ ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି। ଏଜେଣ୍ଟଙ୍କ ବିରୋଧରେ ମେ ୧୬ ତାରିଖରେ ଏକ ଏଫଆଇଆର ରୁଜୁ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking