27.1 C
Bhubaneswar
Wednesday, February 4, 2026
Homeଓଡିଶା୩ ହାର୍ଡକୋର ମାଓବାଦୀ ନିହତ

୩ ହାର୍ଡକୋର ମାଓବାଦୀ ନିହତ

ଛତିଶଗଡ: ଓଡିଶା–ଛତିଶଗଡ ସୀମାରେ ଏନକାଉଣ୍ଟର। ରବିବାର ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଦ୍ୱିତୀୟ ଏନକାଉଣ୍ଟର ଘଟିଛି। ଏହି ଏନକାଉଣ୍ଟରରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ପୋଲିସ କହିଛି ଯେ କାଙ୍କେର ଏବଂ ଗାରିଆବନ୍ଦର ପୋଲିସ ଦଳ ଏବଂ ଡିଆରଜି କର୍ମଚାରୀମାନେ ଏହି ଏନକାଉଣ୍ଟରରେ ସାମିଲ ଥିଲେ। କାଙ୍କେର ଏବଂ ଗାରିଆବନ୍ଦ ଜିଲ୍ଲାର ସୀମାରେ ଏହି ଏନକାଉଣ୍ଟର ହୋଇଥିଲା। ଉଭୟ ପାର୍ଶ୍ୱରୁ ଅନେକ ରାଉଣ୍ଡ ଗୁଳିଚାଳନା ଫଳରେ ତିନି ଜଣ ହାର୍ଡକୋର ମାଓବାଦୀ ନକ୍ସଲ ନିହତ ହୋଇଛନ୍ତି। । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ମାଓବାଦୀ ଅଛନ୍ତି। ମୃତ ତିନି ମାଓବାଦୀ ହେଲେ ଏସିଏମ ସରୱନ ମାଡକମ ଅରଫ ବିଶ୍ବନାଥ ଅରଫ ବୁଧରାମ ପୁନେମ,ଏଲଓସି କମାଣ୍ଡର ରାଜେଶ ଅରଫ ରାକେଶ ଏବଂ ପାର୍ଟି ସଦସ୍ୟ ବାସନ୍ତୀ କୁଞ୍ଜାମ ଅରଫ ହିଡମେ। ୩ ମାଓବାଦୀଙ୍କ ନାଁରେ ଥିଲା ୧୪ ଲକ୍ଷ ଟଙ୍କା ପୁରସ୍କାର ରାଶି । ନିହତ ମାଓବାଦୀଙ୍କ ପାଖରୁ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking