21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶ୩ ହାର୍ଡକୋର ମାଓବାଦୀ ଗିରଫ

୩ ହାର୍ଡକୋର ମାଓବାଦୀ ଗିରଫ

ଛତିଶଗଡ଼: ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରାଯାଇଛି। ଜଙ୍ଗଲରେ ଇଡି ଖଞ୍ଜୁଥିବା ବେଳେ ୩ ମାଓବାଦୀଙ୍କୁ ଗିରଫ କଲା ପୋଲିସ। ପୋଲିସ ଓ ସିଆରପିଏଫ କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ଗିରଫ ହେଲେ ୩ ହାର୍ଡକୋର ମାଓବାଦୀ। ଅନ୍ୟପକ୍ଷରେ, ଝାଡ଼ଖଣ୍ଡର ଲାତେହାରରେ ସୁରକ୍ଷା ବାହିନୀକୁ ନକ୍ସଲବାଦ ବିରୁଦ୍ଧରେ ଏକ ବଡ଼ ସଫଳତା ମିଳିଛି। ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି)ର ନଅ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଜୋନାଲ କମାଣ୍ଡର ରବିନ୍ଦ୍ର ଯାଦବଙ୍କ ସମେତ ପାଞ୍ଚ ଜଣ ପୁରସ୍କାରପ୍ରାପ୍ତ ଆତଙ୍କବାଦୀ ମଧ୍ୟ ଅଛନ୍ତି, ଯାହାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରହିଛି। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଏକେ-୪୭ ରାଇଫଲ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking