ଭୁବନେଶ୍ୱର: ବଢିଲା +୩ ନାମଲେଖା ଆବେଦନ ଅବଧି । ଜୁନ ୪ ରାତି ୧୧ଟା ୪୩ ଯାଏଁ କରିପାରିବେ ଆବେଦନ । ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।