24.4 C
Bhubaneswar
Saturday, March 7, 2026
Homeଓଡିଶା୩ ସ୍କ୍ରବ ଟାଇଫସ ଆକ୍ରାନ୍ତ ମୃତ

୩ ସ୍କ୍ରବ ଟାଇଫସ ଆକ୍ରାନ୍ତ ମୃତ

ବରଗଡ଼ : ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ। ସପ୍ତାହେ ମଧ୍ୟରେ ଏଠାରେ ୩ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ୩ ମୃତକ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଉକ୍ତ ଘରୋଇ ହସ୍ପିଟାଲରେ ଆଉ ୪ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଗତ ସୋମବାର ପ୍ରାଣ ହରାଇଥିଲେ ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ଚାଷୀ ସରୋଜ ପ୍ରଧାନ (୪୨)। ସେହିପରି ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ସଖୀ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର  ପଦ୍ମପୁରର ଶିଖା ରଣା(୧୬)ଙ୍କ ମୃତ୍ୟୁ ହୋଇଛି।ସ୍କ୍ରବ ଟାଇଫସରେ ୩ ଜଣଙ୍କ ମୃତ୍ୟୁ କଥା ସତ ବୋଲି ସ୍ପଷ୍ଟ କରିଛନ୍ତି ବରଗଡ଼ ସିଡିଏମ୍‌ଓ ନିରୁପମା ଷଡ଼ଙ୍ଗୀ। ସେ କହିଛନ୍ତି ଯେ ଏ ନେଇ ତଦନ୍ତ କରାଯାଇଥିଲା। ଘରୋଇ ଡାକ୍ତରଖାନାରେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ୩ ଜଣଙ୍କ ମୃତ୍ୟୁ କଥା ସତ। ସିଡିଏମ୍‌ଓ କହିଛନ୍ତି ଯେ ସେପ୍ଟେମ୍ବର ମାସରେ ୧୦ ତାରିଖ ସୁଦ୍ଧା ୨୦ ଜଣଙ୍କର ସ୍କ୍ରବ ଟାଇଫସ ଟେଷ୍ଟ (ସରକାରୀ ଭାବେ) କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ସେମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଓ ସେମାନଙ୍କ ଅବସ୍ଥା ଭଲ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking