24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି

ନୂଆଦିଲ୍ଲୀ : କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି । ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା ଏୟାରକୁ ଧମକ ମିଳିିଛି । ଏହାପରେ ବିମାନର ଜରୁରୀ ଅବତରଣ କରାଇ ଯାଞ୍ଚ ପରେ ଏହା ନକଲି ଫୋନ କଲ ବୋଲି ଜଣାପଡ଼ୁଛି । କିନ୍ତୁ ଗୋଟିଏ ଗୋଟିଏ ଏହି ଫେକ କଲ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କା କ୍ଷତି ପହଞ୍ଚାଉଛି । ରିପୋର୍ଟ ଅନୁସାରେ, ଗୋଟିଏ ମିଛ ବୋମା ଧମକରେ ବିମାନ କମ୍ପାନୀଙ୍କୁ ତିନି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି ।

ଜଣେ ବରିଷ୍ଠ ପାଇଲଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋଇଙ୍ଗ ୭୭୭ ବିମାନର ସର୍ବାଧିକ ଲୋଡ଼ିଂ ଓଜନ ୨୫୦ ଟନ ହେବ । କିନ୍ତୁ ଉଡ଼ାଣ ସମୟରେ ଯାତ୍ରୀଙ୍କ ସାମଗ୍ରୀ ଏବଂ କାର୍ଗୋ ସହ ଓଜନ ୩୪୦-୩୫୦ ଟନ ହୋଇଯାଏ । ଦୁଇ ଘଣ୍ଟା ମଧ୍ୟରେ ବିମାନର ଲ୍ୟାଣ୍ଡିଂ କରାଇବାର ଅର୍ଥ ପାଖାପାଖି ୧୦୦ ଟନ ଇନ୍ଧନ ଶେଷ ହେବା । ଏହା ବାଦ୍ ବିମାନର ଲୋଡିଂ ଓଜନ ଇନ୍ଧନ ଖର୍ଚ୍ଚ ଉପରେ ନିର୍ଭର କରେ । ଏହା ଦ୍ୱାରା ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

ଏହା ବାଦ ଜରୁରୀ ଅବତରଣ କରିବା କାରଣରୁ ବିମାନକୁ ଅନ୍ୟ ଅନ୍ୟାନ୍ୟ ଖର୍ଚ୍ଚ ଭରିବାକୁ ପଡ଼ିଥାଏ । ବିମାନ କମ୍ପାନୀକୁ ଏଥିପାଇଁ ଯେଉଁ ଜରୁରୀ ଅବତରଣ କରାଯାଇଥିବା ବିମାନବନ୍ଦରକୁ ପାର୍କିଂ ଶୁଳ୍କ ସାଙ୍ଗକୁ ଯାତ୍ରୀ ଏବଂ ପାଇଲଟ, କ୍ରୁ ସଦସ୍ୟଙ୍କ ହୋଟେଲ ରହଣୀ ଖର୍ଚ୍ଚ, ସେମାନଙ୍କ ଖାଦ୍ୟପେୟ ଖର୍ଚ୍ଚ ଆଦି ଭରିବାକୁ ପଡ଼େ । ଯଦି ଯାତ୍ରୀଙ୍କୁ ଅନ୍ୟ କୌଣସି ବିମାନରେ ଯିବାକୁ ଥାଏ, ତେବେ ତାଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଏ । ଏହା ଦ୍ୱାରା କମ୍ପାନୀକୁ ପାଖାପାଖି ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ସହିବାକୁ ପଡ଼େ ବୋଲି ଜଣେ ବରିଷ୍ଠ ପାଇଲଟ କହିଛନ୍ତି । ଗତ କିଛି ଦିନ ହେବ ଭାରତର ମୋଟ ୪୦ଟି ବିମାନକୁ ବୋମା ଧମକ ମିଳିବା ଦ୍ୱାରା ଜରୁରୀ ଅବତରଣ କରାଯାଇଥିବାରୁ ବିମାନ କମ୍ପାନୀଙ୍କୁ ୬୦-୮୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking