31.1 C
Bhubaneswar
Friday, June 13, 2025
Homeଓଡିଶା ଜୁଲାଇ ୧୫ରୁ +୩ ପାଠପଢା: ମନ୍ତ୍ରୀ

 ଜୁଲାଇ ୧୫ରୁ +୩ ପାଠପଢା: ମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପାଠପଢା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଏପ୍ରିଲ ୧୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କାଲି ସୁଦ୍ଧା ୯୮ ହଜାର ଛାତ୍ରଛାତ୍ର ଆବେଦନ କରିଛନ୍ତି । ଏପଟେ ଆଜି ଯୁକ୍ତ ୨ର , ବିଜ୍ଞାନ, କଳା, ବାଣିଜ୍ୟର ଫଳାଫଳ ପ୍ରକାଶ ପାଇବ । ଅପରାହ୍ଣ ୪ ଟାରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପରେ ଅପରାହ୍ଣ ୫ ଟାରୁ ୱେବସାଇଟରେ ନିଜ ନିଜର ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । results.odisha.gov.in କିମ୍ବା results.digilocker.gov.in ମାଧ୍ୟମରେ ଜାଣିହେବ ଫଳାଫଳ । ସେହିପରି ସମାନ ସମୟରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମାନେ ସାମ୍‌ସ ଇ-ସ୍ପେସ୍‌ରୁ ସେମାନଙ୍କ ବିଦ୍ୟାଳୟର ଟାବୁଲେସନ୍‌ ‌ରେଜିଷ୍ଟର ପାଇପାରିବେ । ଯାହାକି ପିଲାମାନଙ୍କ ୨୦୨୫ ତତ୍କାଳ ପରୀକ୍ଷାର ଫର୍ମ ପୂରଣରେ ସହାୟକ ହେବ । ଚଳିତ ବର୍ଷ ୩ଲକ୍ଷ ୯୩ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking