କେନ୍ଦୁଝର : ପୋଖରୀରେ ବୁଡି ୩ ଶିଶୁ ମୃତ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଆତ୍ରୁକଣା ଅଙ୍ଗନବାଡ଼ି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ପାୟେଲ ପାତ୍ର (୩)ବର୍ଷ, ଭାରତୀ ପତ୍ର (୪)ବର୍ଷ, ଲିପ୍ସା ପାତ୍ର (୩) ବର୍ଷ। ସୂଚନା ଅନୁଯାୟୀ, ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ। ପାଠ ପଢ଼ା ସରିବା ପରେ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖେଳୁଥିଲେ। ଖେଳୁ ଖେଳୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲେ। ଏହି ସମୟରେ ୩ ଜଣ ଶିଶୁ ବୁଡ଼ି ଯାଇଥିବା ଜଣାଯାଇଛି। ସ୍ଥାନୀୟ ଲୋକେ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଗରପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।