ଯାଜପୁର: ବୈତରଣୀ ନଦୀରେ ବୁଡିଗଲେ ୩ ପିଲା । ଯାଜପୁର ଜିଲ୍ଲା ଗାରେଡଶ୍ୱର ଘାଟରେ ଏଭଳି ଅଘଟଣ ଘଟିଛି । ଗାଧୋଇବା ବେଳେ ଅସାବଧାନତା କାରଣରୁ ୩ ପିଲା ବୈତରଣୀ ନଦୀରେ ବୁଡିଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି । ଜଣେ ନାବାଳିକା ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ନାବାଳିକାର ଉଦ୍ଧାର ଏଯାଏ ନ ହୋଇଥିବାରୁ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ଉଦ୍ଧାର ୨ ଜଣଙ୍କୁ ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଛି । ଏହି ଘଟଣା ଘଟିବ ନୂଆ ନୁହେଁ । ଛୋଟ ପିଲାମାନେ କଥା ନ ମାନି ସାଙ୍ଗ ସାଥି ମେଳରେ ଯାଇ କିଛି କ୍ଷଣର ଖୁସି ପାଇଁ ଜୀବନ ଯାଉଛି ।










