15.1 C
Bhubaneswar
Thursday, December 18, 2025
Homeଓଡିଶା୩ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ମୋହର

୩ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ମୋହର

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ନିୟମାବଳୀ-୨୦୨୪ର ପ୍ରଣୟନକୁ ମଞ୍ଜୁରୀ ଦେଇଛନ୍ତି।

ରାଜ୍ୟର ୟୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେଉଥିବା ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗର ପଦପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ଆନୁଭୂମିକ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ରହିବ । ତେବେ ଅଗ୍ନବୀର ପ୍ରମାଣପତ୍ର ପ୍ରଦାନ ତାରିଖରେ ସମ୍ପୃକ୍ତ ନିଯୁକ୍ତି ନିୟମାବଳୀ ଅନୁସାରେ ପଦବୀ ପାଇଁ ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ପୂରଣ କରିବା ଆବଶ୍ୟକ । ଅଗ୍ନିବୀରଙ୍କ ପାଇଁ ଚାକିରିର ନିର୍ଦ୍ଧାରିତ ବୟସସୀମାକୁ ୩ବର୍ଷ କୋହଳ କରାଯିବ । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦେବାକୁ ଏହି ନିୟମାବଳୀରେ ଉଲ୍ଲେଖ ରହିଛି ।

ସେହିପରି ଓଡ଼ିଶା ବେସାମରିକ ସେବା(ପୁନର୍ବାସ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଫଳରେ ସରକାରୀ କର୍ମଚାରୀ(ପିତାମାତା)ଙ୍କ ଉପରେ ନିର୍ଭରଶୀଳ ଥିବା ବିବାହିତା ଝିଅ ଓ ବିବାହିତା ସାବତ ଝିଅମାନଙ୍କୁ(ବିବାହ ସ୍ଥିତି ନିର୍ବିଶେଷରେ) ମଧ୍ୟ ଅବିବାହିତା ଝିଅ ଓ ଅବିବାହିତା ସାବତ ଝିଅମାନଙ୍କୁ ଅନୁକମ୍ପାମୂଳକ ସହାୟତା ନିଯୁକ୍ତି ପ୍ରଦାନ ପାଇଁ ବିଚାର କରାଯିବ । ଏହି ସଂଶୋଧନ ଦ୍ୱାରା ଏଣିକି ସରକାରୀ କର୍ମଚାରୀ ଥିବା ପିତାମାତାଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭରଶୀଳ ଥିବା ବିବାହିତା ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ମିଳିବାର ମାର୍ଗ ପ୍ରଶସ୍ତ ହୋଇଛି ।

ଏହାବ୍ୟତୀତ ରାଜ୍ୟ କ୍ୟାବିନେଟ ଆଜି ଗୋପାଳପୁର ବନ୍ଦର ମାଲିକାନା ସତ୍ତ୍ୱ ହସ୍ତାନ୍ତର ଓ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି । ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି ରାଜ୍ୟ କ୍ୟାବିନେଟ୍ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଂଟନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡରୁ ଆଦାନୀ ବନ୍ଦର ଓ ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ ଲିମିଟେଡ(ଏସଇଜେଡ)କୁ ଅଂଶଧନ ହସ୍ତାନ୍ତର ଓ ସଂଶୋଧିତ ରିହାତି ଚୁକ୍ତିନାମାକୁ ମଞ୍ଜୁର କରିଛନ୍ତି । ଗୋପାଳପୁର ପୋର୍ଟସ୍ ଲିମିଟେଡରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ, ନେବୋଲ ଗ୍ରୁପ୍ ଓ ସାରା ଇଂଟରନ୍ୟାସନାଲର ଯଥାକ୍ରମେ ୩୪,୩୩ ଓ ୩୩ ପ୍ରତିଶତ ଲେଖାଏଁ ଅଂଶଧନ ଥିଲା । ୨୦୧୦ ଓ ୨୦୧୭ ମସିହାରେ ଏହି ବନ୍ଦରର ଅଂଶଧନରେ ପରିବର୍ତ୍ତନ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking