ନୂଆଦିଲ୍ଲୀ: ୨୦୨୩-୨୪ ଆଥିର୍କ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ୱାଲିଟି ଚେକ୍ କରାଯାଇଥିବା ବେଳେ ସେଥିରୁ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ଏଥି ସହ ୨୮୨ଟି ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଫଳରେ ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲା ରୁଜୁ କରାଯାଇଛି ।
ନକଲି ଏବଂ ନିକୃଷ୍ଟମାନର ଔଷଧ ବିରୋଧରେ ସରକାର ଏକ ମେଗା ଅଭିଯାନ ଚଳାଇଛନ୍ତି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନତଥ୍ୟ ଅନଯାୟୀ, ଦେଶରେ ଏଭଳି ପ୍ରାୟ ୧୦,୫୦୦ ୟୁନିଟ୍ ରହିଛି, ଯେଉଁଠାରେ ବିଭିନ୍ନ ପ୍ରକାର ଡୋଜ୍ ଫର୍ମ ଏବଂ ଏପିଆଇ ଉତ୍ପାଦନ ହେଉଛି । ସରକାର ବିଭିନ୍ନ ରାଜ୍ୟରେ ଥିବା ଫାର୍ମା କମ୍ପାନିଗୁଡ଼ିକ ଉପରେ ଚଢ଼ଉ କରୁଛନ୍ତି ଏବଂ ଆଇନ ଉଲ୍ଲଂଘନ କରୁଥିବା କମ୍ପାନିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ନେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଛାନ୍ଭିନ୍ କରାଯାଇଛି । କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉଥିବା ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ।