ଭୁବନେଶ୍ୱର : ୩୦ ପ୍ରତିଶତରୁ ଅଧିକ କ୍ଷତି ଫସଲକୁ ତାଲିକାଭୁକ୍ତ କରାଯାଇଛି । ଜିଲ୍ଲାମାନଙ୍କୁ କ୍ଷତିପୂରଣ ବାବଦ ଟଙ୍କା ପଠାଯାଇଛି । କ୍ଷତିପୂରଣ ବାବଦକୁ ୨୯୧ କୋଟି ପଠାଯାଇଛି । ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି । ଧାନ ସହ ପରିବା , ଚିନାବାଦାମ , କପା ଚାଷୀଙ୍କୁ କ୍ଷତିପୂରଣ ମିଳିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜସ୍ୱ ଅଧିକାରୀ ଆଉ କରିପାରିବେନି ଅଣରାଜସ୍ୱ କାମ । ପୁରୁଣା ଆଇନକୁ ସଂଶୋଧନ କରାଯିବ । ରାଜସ୍ୱ ବିଭାଗର କାମକୁ ଲୋକାଭିମୁଖୀ କରାଯିବ କହିଛନ୍ତି , ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।