କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ୨୦ ନଂ ଜାତୀୟ ରାଜପଥ କାଳୀକା ପ୍ରସାଦ ନିକଟରେ ବୁଲୁଛନ୍ତି ୨୯ ଟିକିଆ ହାତୀପଲ । ସେମାନଙ୍କ ମଧ୍ୟରେ ୧୧ ଦନ୍ତା ଥିବାବେଳେ ୧୨ଟି ମାଇ ଓ ୬ଟି ଛୁଆ ହାତୀ ଅଛନ୍ତି । ହାତୀପଲ ରାସ୍ତା ଉପରେ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଇଟି ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି । ବନ ବିଭାଗ ହାତୀମାନଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରିନାହିଁ ।










