କେନ୍ଦୁଝର: କେନ୍ଦୁଝର ସଲରାପେଣ୍ଠ ଅଞ୍ଚଳରେ ୨୯ ଟିକିଆ ହାତୀ ଉପଦ୍ରବ। ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି ଦନ୍ତାହାତୀ । ଚାଷୀକୂଳ ଚିନ୍ତାରେ ପଡିଛନ୍ତି। ହାତୀ ଭୟରେ ଲୋକମାନେ ରାତି ଉଜାଗର ହେଉଛନ୍ତି । ଗତକାଲି ହାତୀପଲ ରତନପୁର ଆସିବା ବେଳେ ଖପରାଖାଇ ଗାଁରେ ଦୁଇଟି ଘର ଭାଙ୍ଗିଦେଇଛନ୍ତି । ଆଜି ଏହି ୨୯ ଟିକିଆ ହତୀପୋଲ ଭାଟୁଣିଆଁ, ନରସିଂହପୁର, ନୂଆଗାଁ, କେନ୍ଦୁପଶି, ବରଦାପାଳ ରାସ୍ତା ଦେଇ ସଲରାପେଣ୍ଠ ଜଙ୍ଗଲକୁ ପ୍ରବେଶ କରିଛନ୍ତି । ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ଓ ଗଜସାଥି ସେମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି ।








