13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଦାଢ଼ି ନ ବଢ଼ାଇବାରୁ ଚାକିରି ହରାଇଲେ ୨୮୧ ସୁରକ୍ଷାକର୍ମୀ

ଦାଢ଼ି ନ ବଢ଼ାଇବାରୁ ଚାକିରି ହରାଇଲେ ୨୮୧ ସୁରକ୍ଷାକର୍ମୀ

ଆଫଗାନିସ୍ତାନ : ବନ୍ଧୁକ ମୁନରେ ୨୦୨୧ ମସିହା ଅଗଷ୍ଟ ମାସରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ନିଷ୍ଠୁର କାର୍ଯ୍ୟ ସାମ୍ନାକୁ ଆସିଛି । ପ୍ରଥମେ ମହିଳାମାନଙ୍କୁ ନିଜ ଘରର ଚାରି କାନ୍ଥ ମଧ୍ୟରେ ବନ୍ଦୀ କରି ଦେଇଥିବା ତାଲିବାନ ଏବେ କ୍ଲିନ୍ ସେଭ୍ ହୋଇ କାମ କରୁଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ ନେଇଛି କାର୍ଯ୍ୟାନୁଷ୍ଠାନ । ଦାଢ଼ି ନ ବଢ଼ାଇବାରୁ ତାଲିବାନର ପାପ-ପୁଣ୍ୟ ମନ୍ତ୍ରଣାଳୟ ୨୮୧ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବିଦା କରି ଦେଇଛି । ଏମାନେ ବିନା ଦାଢ଼ିରେ କାର୍ଯ୍ୟ କରୁଥିଲେ । ଦାଢ଼ି ନ ରଖିବା ଇସଲାମ ବିରୋଧୀ ବୋଲି ତାଲିବାନ ବିବେଚନା କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମଙ୍ଗଳବାର ତାଲିବାନ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି ।

ସେହିପରି ଇସଲାମ ବିରୋଧୀ ବା ଅନୈତିକ କାର୍ଯ୍ୟ କରିବା ଅଭିଯୋଗରେ ତାଲିବାନ ସରକାର ୧୩ ହଜାରରୁ ଅଧିକ ଆଫଗାନୀଙ୍କୁ ଗୋଟିଏ ବର୍ଷ ମଧ୍ୟରେ ଅଟକ ରଖିଥିଲେ । ତେବେ ଅଟକ ଥିବା ପ୍ରାୟ ଅର୍ଦ୍ଧେକଙ୍କୁ ୨୪ ଘଣ୍ଟା ମଧ୍ୟରେ ମୁକ୍ତ କରାଯାଇଥିଲା ବୋଲି ତାଲିବାନ ସରକାର ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଅଟକ ଥିବା ଲୋକଙ୍କ ମଧ୍ୟରେ କେତେ ପୁରୁଷ ଓ କେତେ ମହିଳା କିମ୍ବା ସେମାନଙ୍କ ଅପରାଧ ସମ୍ପର୍କରେ ମନ୍ତ୍ରଣାଳୟ ସୂଚନା ଦେଇ ନାହିଁ । ମନ୍ତ୍ରଣାଳୟର ଯୋଜନା ଓ ଆଇନ ନିର୍ଦ୍ଦେଶକ ମୋହିବୁଲ୍ଲା ମୋଖଲିସ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ବର୍ଷକ ମଧ୍ୟରେ ପ୍ରଶାସନ ୨୧,୩୨୮ଟି ବାଦ୍ୟଯନ୍ତ୍ର ନଷ୍ଟ କରାଯାଇଛି । ସେହିପରି ହଜାର ହଜାର କମ୍ପ୍ୟୁଟର ଅପରେଟରଙ୍କ ଅନୈତିକ ଫିଲ୍ମ ବିକ୍ରି ଉପରେ ରୋକ ଲଗାଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking