31.1 C
Bhubaneswar
Wednesday, March 25, 2026
Homeଓଡିଶାକୂଅରେ ପଡ଼ିଗଲେ ୨୮ ବାରହା

କୂଅରେ ପଡ଼ିଗଲେ ୨୮ ବାରହା

କେନ୍ଦୁଝର : ଖାଦ୍ୟ ଅନ୍ୱେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲେ ପ୍ରାୟ ୨୮ ବାରହା। ଗତରାତିରେ ବାରହାମାନେ କୂଅରେ ପଡ଼ିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ସଦର ରେଞ୍ଜ ଭଗାମୁଣ୍ଡା ଗାଁର ଘଟିଛି। ବାରହାମାନେ ଜମିରୁ ଫସଲ ଖାଇବାକୁ ଗତ ରାତିରେ ଭଗାମୁଣ୍ଡା ଗାଁମୁହାଁ ହୋଇଥିଲେ। ମାତ୍ର ହଠାତ୍‌ ସେମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ। ଆଜି ସକାଳେ ଏକ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ବାରହାମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି। ଏକ ଜେସିବି ସହାୟତାରେ କୂଅ ନିକଟରୁ ରାସ୍ତା ତିଆରି ହେଉଛି। ଉକ୍ତ ରାସ୍ତା ଦେଇ ବାରହାମାନେ ଜଙ୍ଗଲକୁ ଚାଲିଯିବେ ବୋଲି ବନ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking