ନୂଆଦିଲ୍ଲୀ: ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡ ମାମଲାରେ ଏନଆଇଏ ସ୍ପେଶାଲ କୋର୍ଟ ୨୮ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ଏନଆଇଏ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଛାଡ଼ି ଛନ୍ତି । ଏହାପରେ ଏନଆଇଏ ଆସନ୍ତାକାଲି ଦଣ୍ଡ ଶୁଣାଣି କରିବ । ୟୁପିର କାସଗଞ୍ଜରେ ତିରଙ୍ଗା ଯାତ୍ରା ସମୟରେ ଚନ୍ଦନ ଗୁପ୍ତାଙ୍କ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ହାଇକୋର୍ଟରେ ଏନଆଇଏର କୋର୍ଟ ଶୁଣାଣିର ରୋକ୍ ଲଗାଇବା ପାଇଁ ଆବେଦନ କରିଥିଲା । ଏହାପରେ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚ ଏହି ଆବେଦନ ଖାରଜ କରି ଦେଇଥିଲେ । ହାଇକୋର୍ଟରେ ଆବେଦନ ଖାରଜ ହେବା ପରେ ଆଜି ଲକ୍ଷ୍ନୌ ଏନଆଇଏର ସ୍ପେଶାଲ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ୨୬ଜାନୁଆରୀ ୨୦୧୮ରେ କାସଗଞ୍ଜରେ ତିରଙ୍ଗା ଯାତ୍ରା ବାହରିବା ସମୟରେ ଚନ୍ଦନ ଗୁପ୍ତାଙ୍କ ହତ୍ୟା କରାଯାଇଥିଲା ।ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡ ପରେ ରାଜ୍ୟର ମାହୋଲ ବହୁତ ଖରାପ ହୋଇଥିଲା ଏବଂ କାସଗଞ୍ଜ ହିଂସାର ନିଆଁରେ ଜଳି ଉଠିଥିଲା । ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ୱସୀମ, ନସୀମ, ସଲୀମଙ୍କ ଏକାସହ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା ।