30.1 C
Bhubaneswar
Monday, July 28, 2025
Homeଓଡିଶା୨୭୩୫ ବହୁମୁଖୀ ମହିଳା  ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ  ଜାରି

୨୭୩୫ ବହୁମୁଖୀ ମହିଳା  ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ  ଜାରି

ଭୁବନେଶ୍ୱର : ଚଳିତ ମାସ ୩.୨.୨୦୨୫ ରିଖ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ  ୪ ଗୋଟି ମକଦ୍ଦମା (wp(c)No-32977/2024, wp(c)No32740/2024,wp(c)No-86/25, wp(c)No-164/25)ର ଶୁଣାଣି କରି ନୂତନ ନିଯୁକ୍ତି ପାଇଁ ଚୟନ ହୋଇଥିବା  ୨୭୩୫ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ  ଜାରି କରିଥିଲେ । ଏନେଇ  ଓଏସଏସଏସସି  ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ  ଦାଖଲ କରାଯାଇଥିବା ଉତ୍ତରକୁ ବିଚାର କରି ଆଜି ତା- ୫.୨.୨୫  ରିଖ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଉକ୍ତ ନିଯୁକ୍ତି ଉପରେ ଲଗାଯାଇଥିବା ରହିତାଦେଶ ପ୍ରତ୍ୟାହାର କରିନେଇଛନ୍ତି ।  ଫଳରେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ନିଯୁକ୍ତି ପଥରେ ଥିବା ପ୍ରତିବନ୍ଧକ ଦୂର ହୋଇଛି ।  ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।  ଆସନ୍ତା ୭ ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମହାମେଳାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking