15.1 C
Bhubaneswar
Thursday, December 12, 2024
Homeଓଡିଶାଭତ୍ତା ପାଇବାକୁ ଝାରସୁଗୁଡାରେ ୨୭୨୦ ଜଣ ଅପେକ୍ଷାରେ ଅଛନ୍ତି

ଭତ୍ତା ପାଇବାକୁ ଝାରସୁଗୁଡାରେ ୨୭୨୦ ଜଣ ଅପେକ୍ଷାରେ ଅଛନ୍ତି

ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଭତ୍ତା ପାଇବାପାଇଁ ୨୭୨୦ ଜଣ ହିତାଧିକାରୀ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ମଧୁବାବୁ ଭତ୍ତା ଯୋଜନାରେ ୨୪୯୪ ଜଣ ସାମିଲ ପାଇଁ ଆବେଦନ କରିଥିବାବେଳେ ୨୨୬ ଜଣ ଜାତୀୟ ସାମାଜିକ ସହାୟତା ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି । ଏହି ଆବେଦନକାରୀଙ୍କ ମଧ୍ୟରୁ ୯ଜଣଙ୍କର ବୟସ ୮୦ ବର୍ଷରୁ ଅଧିକ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମୋଟ୍‍ ୨୬,୮୩୫ ଜଣ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ଯୋଜନା ଓ ୧୧,୬୬୩ ଜଣ ହିତାଧିକାରୀ ଜାତୀୟ ସାମାଜିକ ସହାୟତା ଯୋଜନା କାର୍ଯ୍ୟକ୍ରମ ଅଧିନରେ ଭତ୍ତା ପ୍ରଦାନ କରାଯାଉଛି । ତେବେ ଅପେକ୍ଷାରତ ଯୋଗ୍ୟ ଆବେଦନକାରୀମାନଙ୍କୁ ମୃତ୍ୟୁ କିମ୍ବା ଅନ୍ୟ କାରଣରୁ ଶୂନ୍ୟସ୍ଥାନ ସୃଷ୍ଟି ହେଲେ ସାମାଜିକ ସୁରକ୍ଷା ଯୋଜନା ଭତ୍ତା ମଞ୍ଜୁର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking