19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମଝି ନଦୀରେ ଡଙ୍ଗା ଓଲଟି ୨୭ ମୃତ : ୧୦୦ ନିଖୋଜ

ମଝି ନଦୀରେ ଡଙ୍ଗା ଓଲଟି ୨୭ ମୃତ : ୧୦୦ ନିଖୋଜ

ନୂଆଦିଲ୍ଲୀ :ମଝି ନଦୀରେ ଡଙ୍ଗା ଓଲଟି ଚାଲିଗଲା ୨୭ ଜଣଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ନାଇଜେରିଆର  ନାଇଜର ନଦୀରେ  ଘଟିଛି । ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ସୂଚନା ମୁତାବକ, ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି। ଡଙ୍ଗାଟି କୋଗି ରାଜ୍ୟରୁ ନାଇଜର ରାଜ୍ୟର ଏକ ଫୁଡ୍ ମାର୍କେଟକୁ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଛି। ଡଙ୍ଗାରେ ପ୍ରାୟ ୨୦୦ ଲୋକ ଥିଲେ। ଅଧିକାଂଶ ଖାଦ୍ୟ ବ୍ୟବସାୟୀ ଥିଲେ। ନାଇଜର ରାଜ୍ୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖପାତ୍ର ଇବ୍ରାହିମ ଅଡୁଙ୍କ ଅନୁଯାୟୀ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୭ ଟି ମୃତଦେହ ଉଦ୍ଧାର କରିଛନ୍ତି। କୋଗି ରାଜ୍ୟ ଜରୁରୀକାଳୀନ ସେବା ମୁଖପାତ୍ର ସେଣ୍ଡ୍ରା ମୁସା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଏବେବି ଆହୁରି ଅନେକ ଲୋକ ନିଖୋଜ ଉଦ୍ଧନ୍ତି। ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଘଟଣାକୁ ୧୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏବେବି ଅନ୍ୟ କାହାର ପତ୍ତା ମିଳିନାହିଁ। ଡଙ୍ଗାରେ ଅଧିକାଂଶ ବ୍ୟବାସୟୀ ଥିଲେ। ଏମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ। ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଅଶଙ୍କା କରାଯାଉଛି। ଏହି ଦୁର୍ଘଟଣାର କାରଣ ସରକାରୀ ଭାବେ ଜଣା ପଡିନାହିଁ, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା କୁହାଯାଉଛି। ନାଇଜେରିଆର ଦୁର୍ଗମ ଅଞ୍ଚଳରେ ସଡକ ସୁବିଧା ଅଭାବରୁ ଲୋକମାନେ ପ୍ରାୟତଃ ଜଳପଥ ବ୍ୟବହାର କରନ୍ତି, ଯାହା ଫଳରେ ଡଙ୍ଗାରେ ଅଧିକ ଭିଡ ହୋଇଥାଏ। ଏଥିଲାଗି ଅନେକ ସମୟରେ ଦୁର୍ଘଟଣା ଘଟେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking