ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ୨୭ଟି ବିମାନବନ୍ଦର ବନ୍ଦ କରିବା ସହ ୪୩୦ ଉଡାଣ ବାତିଲ କରିଛି ଭାରତ । ମେ ୧୦ ତାରିଖ ଯାଏଁ ବିମାନବନ୍ଦର ବନ୍ଦ । ଉତ୍ତର ଓ ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ବିମାନବନ୍ଦର ବନ୍ଦ କରାଯାଇଛି । ଶ୍ରୀନଗର, ଜମ୍ମୁ, ଲେହ, ଚଣ୍ଡିଗଡ, ଅମୃତସର ବିମାନବନ୍ଦର ବନ୍ଦ ହୋଇଛି । ଏଥି ସହିତ ଲୁଧିଆନା, ପଟିଆଲା, ବଥିଣ୍ଡା, ହଲୱାରା, ପଠାନକୋଟ ବିମାନବନ୍ଦର ବନ୍ଦ କରାଯାଇଛି । ଧର୍ମଶାଳା, ସିମଲା, ଜୈସେଲମେରା, ଯୋଧପୁର, ଜାମନଗର ବିମାନବନ୍ଦର ବନ୍ଦ କରାଯାଇଛି । ରାଜକୋଟ, ପୋରବନ୍ଦର, କାଣ୍ଡଲା, ଗ୍ୱାଲିଅର ବିମାନବନ୍ଦର ବନ୍ଦ କରାଯାଇଛି ।










