21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଆତ୍ମହତ୍ୟା କଲେ ୨୫ ବର୍ଷୀୟ ସିଏ

ଆତ୍ମହତ୍ୟା କଲେ ୨୫ ବର୍ଷୀୟ ସିଏ

ନୂଆଦିଲ୍ଲୀ: ଦିଲ୍ଲୀର ବାରଖମ୍ବା ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଧୀରଜ କଂସଲ ଆତ୍ମହତ୍ୟା କରିଛନ୍ତି। ଧୀରଜ ଗୁଡ଼ଗାଓଁ ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଫେସବୁକରେ ଏକ ସୁଇସାଇଡ ନୋଟ ଲେଖିଥିଲେ। ମୃତକଙ୍କ ବୟସ ୨୫ ବର୍ଷ ବୋଲି କୁହାଯାଉଛି। ଧୀରଜ ତାଙ୍କ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି, “ଦୟାକରି ମୋ ମୃତ୍ୟୁରେ ଦୁଃଖିତ ହୁଅ ନାହିଁ। ମୋ ପାଇଁ, ମୃତ୍ୟୁ ମୋ ଜୀବନର ସବୁଠାରୁ ସୁନ୍ଦର ଅଂଶ। ଆତ୍ମହତ୍ୟା କରିବା ମୋ ପାଇଁ ଖରାପ ନୁହେଁ, କାରଣ ମୋର କୌଣସି ଦାୟିତ୍ୱ ନଥିଲା ଏବଂ ମୁଁ କାହା ପ୍ରତି ଅତ୍ୟଧିକ ଆକର୍ଷିତ ନଥିଲି ଏବଂ ମୋ ପ୍ରତି କେହି ଆକର୍ଷିତ ନଥିଲେ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking