24.1 C
Bhubaneswar
Monday, February 23, 2026
Homeଓଡିଶା୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ : ଆକ୍ସନ୍ ମୁଡ୍‌ରେ ଗଣଶିକ୍ଷା ବିଭାଗ; ୨ବର୍ଷର ରିପୋର୍ଟ ଦେବାକୁ...

୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ : ଆକ୍ସନ୍ ମୁଡ୍‌ରେ ଗଣଶିକ୍ଷା ବିଭାଗ; ୨ବର୍ଷର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଗଣଶିକ୍ଷା ବିଭାଗ ଆକ୍ସନ୍ ମୁଡ୍‌ରେ କାର୍ଯ୍ୟ କରିବା ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସହରରେ ଥିବା ଘରୋଇ ସ୍କୁଲ୍‌ର ଭିତ୍ତିଭୂମି ଏବଂ ନାମଲେଖା ପ୍ରକ୍ରିୟାର ତଦନ୍ତ କରିବାକୁ ବିଭିଗ ପକ୍ଷରୁ ଆକ୍ସନ୍ ପ୍ଲାନ୍ ଆରମ୍ଭ ହୋଇଛି। ବିଶେଷକରି ଘରୋଇ ସ୍କୁଲ୍‌ରେ ୨୫% କୋଟା ସିଟ୍‌ର ଯାଞ୍ଚ କରାଯିବ। ଯେଉଁ ଘରୋଇ ସ୍କୁଲଗୁଡ଼ିକ ସରକାରଙ୍କ ନିୟମକୁ ଅବମାନନା କରିଥିବା ଜଣାପଡ଼ିବ ସମ୍ପୃକ୍ତ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶିକ୍ଷା ଅଧିକାର ଆଇନ୍ ଲାଗୁହେବା ପରେ ରାଜ୍ୟର ସବୁ ଘରୋଇ ସ୍କୁଲ୍‌ରେ ଗରିବ ପିଲାଙ୍କ ଲାଗି ୨୫ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶକୁ ଘରୋଇ ସ୍କୁଲ୍ ପାଳନ କରୁଛନ୍ତି ବୋଲି ସ୍କୁଲ୍ କର୍ତ୍ତୃପକ୍ଷ ଲିଖିତ ଭାବେ ପ୍ରତିବର୍ଷ ରପୋର୍ଟ ଦାଖଲ କରୁଛନ୍ତି। ମାତ୍ର ଘରୋଇ ସ୍କୁଲ୍‌ଗୁଡ଼ିକରେ ଗରିବ ପିଲାଙ୍କ ଲାଗି ସଂରକ୍ଷିତ ସିଟ୍‌ରେ ମ୍ୟାନେଜ୍‌ମେଣ୍ଟ କୋଟା ନାଁରେ ସ୍କୁଲ୍ କର୍ତ୍ତୃପକ୍ଷ ଅଧିକ ଫି’ ଆଦାୟ କରି ପିଲାଙ୍କୁ ନାମ ଲେଖାଉଛନ୍ତି। ଫଳରେ ଗରିବ ପିଲାମାନେ ସେମାନଙ୍କର ଅଧିକାର ପାଇବାରୁ ବଞ୍ôଚତ ହୋଇଛନ୍ତି। କେଉଁ ସବୁ ଘରୋଇ ସ୍କୁଲ୍‌ରେ କେତେ ପିଲା ସଂରକ୍ଷିତ ସିଟ୍‌ରେ ପଢ଼ୁଛନ୍ତି ତାହାର ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହି ରିପୋର୍ଟ ଆସନ୍ତା ଏପ୍ରିଲ୍ ଶେଷ ସୁଦ୍ଧା ବିଭାଗ ପାଖରେ ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ତେବେ ଯେଉଁ ସ୍କୁଲରେ ଅନୀୟମିତତା ଥିବା ଜଣାପଡ଼ିବ ସେହି ସ୍କୁଲ କର୍ତ୍ତୃପକ୍ଷଙ୍କ ଆସନ୍ତା ସ୍କୁଲରେ ତାଲା ପଡ଼ିବ ବୋଲି ଜଣାପଡ଼ିଛି। ପୂର୍ବରୁ ବହୁବାର ଗରିବ ପିଲାଙ୍କୁ ପଢ଼ିବାର ସୁଯୋଗ ନଦେଲେ ଘରୋଇ ସ୍କୁଲ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସରକାର ଚେତାବନୀ ଦେଇଥିଲେ। ମାତ୍ର ଗରିବ ପିଲାଙ୍କ ୨୫ପ୍ରତିଶତ ସିଟ୍ ଲାଗି ଯେଉଁ ନିୟମ ଧାର୍ଯ୍ୟ ହୋଇଛି, ସେପରି ପିଲା ମିଳୁନାହାନ୍ତି ବୋଲି କିଛି ଘରୋଇ ସ୍କୁଲ୍ କର୍ତ୍ତୃପକ୍ଷ ସଫେଇ ଦେଇଥିଲେ। ଏପରିକି ସମ୍ପୃକ୍ତ ସିଟ୍ ଲାଗି କୌଣସି ସ୍ୱତନ୍ତ୍ର ଆବେଦନପତ୍ର ଆସିନଥିବାରୁ ସମ୍ପୃକ୍ତ ସିଟ୍ ଖାଲି ପଡ଼ିଛି ବୋଲି ମଧ୍ୟ କର୍ତ୍ତୃପକ୍ଷ ଦର୍ଶାଉଥିଲେ। ମାତ୍ର ସଂରକ୍ଷିତ ସିଟ୍‌ରେ ନାମଲେଖା ଲାଗି ଘରୋଇ ସ୍କୁଲ୍‌ର କର୍ତ୍ତୃପକ୍ଷ ଗରିବ ଅଭିଭାବକଙ୍କୁ ଯେପରି ବ୍ୟବହାର କରୁଛନ୍ତି ସେଥିରେ ଅନେକ ଅଭିଭାବକ ଭୟରେ ଘରୋଇ ସ୍କୁଲ୍‌ରେ ସେମାନଙ୍କ ପିଲାଙ୍କୁ ପଢ଼ାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏପରି ଅଭିଯୋଗ ମିଳିବା ପରେ ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ସମସ୍ତ ଘରୋଇ ସ୍କୁଲ୍‌ଗୁଡିକରେ ନାମଲେଖା ସମୟରେ କେତେ ଫି’ ଆଦାୟ ହେଉଛି ତା’ର ମଧ୍ୟ ତଦାରଖ କରଯାଉଛି। ଜିଲ୍ଲାସ୍ତରରେ ସବୁ ଘରୋଇ ସ୍କୁଲକୁ ଯାଞ୍ଚ ଲାଗି ଏକ କମିଟି ଗଠନ କରାଯିବ। କମିଟିରେ ସରକାରୀ ସ୍କୁଲର ବରିଷ୍ଟ ଶିକ୍ଷକ ଏବଂ ଶିକ୍ଷାବିତ୍‌ମାନେ ସଦସ୍ୟ ଭାବେ ରହିବେ। ପ୍ରତି କମିଟିରେ ୪ଜଣ ଲେଖାଏ ସଦସ୍ୟ ମନୋନିତ ହେବେ। ସମ୍ପୃକ୍ତ କମିଟି ଜିଲ୍ଲାର ସବୁ ଘରୋଇ ସ୍କୁଲ୍‌ରେ ୨୫% ସଂରକ୍ଷିତ ସିଟ୍‌ରେ ଗତ ୨ବର୍ଷ ହେବ କେତେ ପିଲା ପଢ଼ୁଛନ୍ତି ତାହା ରିପୋର୍ଟ ଦେବେ। ଯଦି କୌଣସି ଘରୋଇ ସ୍କୁଲ୍ ବିରୋଧରେ ଅଭିଯୋଗ ମିଳିଳା ତେବେ ଚଳିତବର୍ଷ ସମ୍ପୃକ୍ତ ସ୍କୁଲ୍‌କୁ ସ୍ୱିକୃତୀ ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking