ମୟୂରଭଞ୍ଜ: କରଞ୍ଜିଆ ବନଖଣ୍ଡରେ ୨୫ ଟିକିଆ ହାତୀପଲ। କିଛିଦିନର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ୨୫ ଟିକିଆ ହାତୀପଲ। ବିଳମ୍ବିତ ରାତିରେ ଚମ୍ପୁଆ ବନାଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ଚାଲି ଆସିଛନ୍ତି। ହାତୀ ପଲ ଆଜି କରଞ୍ଜିଆ ବନଖଣ୍ଡ ହଳଦିଆ ଜଙ୍ଗଲରେ ଅଛନ୍ତି। ଏବେ ବିଲ ବାଡ଼ିରେ କିଛି ନ ଥିବାରୁ ଘର ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ବନବିଭାଗ। ତେବେ ହାତୀ ପଲରେ ୨୫ ହାତୀ ଥିବାରୁ ସଞ୍ଜ ହେଲେ ହାତୀ ପାଇଁ ଅଞ୍ଚଳବାସୀ ଭୟଭୀତ ହେବା ସ୍ୱାଭାବିକ କଥା।










