ଭୁବନେଶ୍ୱର : ୨୪ରେ ଆସିବ କେନ୍ଦ୍ରୀୟ ଟିମ ।ବାତ୍ୟା ଦାନା କ୍ଷୟକ୍ଷତିର ଆକଳନ କରାଯିବ । ଏହା ସହିତ ଓଡିଶାର ପ୍ରଭାବିତ ଜିଲ୍ଲାଗୁଡିକ ବୁଲି ଦେଖିବେ । ୨୭ ଯାଏଁ ଦାନା କ୍ଷୟକ୍ଷତି ଆକଳନ କରିବ ଟିମ । ୨୫ରେ ଭଦ୍ରକ , ବାଲେଶ୍ୱର ଓ କେନ୍ଦ୍ରାପଡା ଯିବ ଟିମ । ଜିଲ୍ଲାରୁ ଫେରିବା ପରେ ୨୬ରେ ଭୁବନେଶ୍ୱରରେ ଅଧିକାରୀଙ୍କ ସହ ମିଟିଂ ହେବ । ଟିମ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରବେ ।ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।