19.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଆତ୍ମସମର୍ପଣ କଲେ ୨୪ ମାଓବାଦୀ

ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ରାୟପୁର: ଛତିଶଗଡ ବିଜାପୁର ଠାରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଓଡିଶା କେକେବିଏନ୍ ଡିଭିଜନରେ ସକ୍ରିୟ ଥିବା ଜଣେ ମାଓବାଦୀଙ୍କ ସମେତ ବହୁ କାଡର ମାଓବାଦୀ ବିଜାପୁର ଠାରେ ଆତ୍ମସମର୍ପଣ କରିଛନ୍ତି । ବିଶେଷ କରି ମାଓବାଦୀଙ୍କ ପିଏଲଜିଏ କମ୍ପାନୀର କମାଣ୍ଡର, ବାଟାଲିୟନ ନଂ ୧, ମାଓ ଡିଭିଜନ କମିଟିର ବହୁ କମାଣ୍ଡର ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ଆତ୍ମସମର୍ପଣ କରି ଥିବା ୨୪ ମାଓବାଦୀଙ୍କ ନାଁରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସମସ୍ତଙ୍କୁ ୫୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରି ସମାଜର ମୁଖ୍ୟ ଧାରାକୁ ସ୍ବାଗତ କରିଛନ୍ତି ବିଜାପୁର ଏସପି, ସିଆରପିଏଫ୍ ଜିଆଇଜି ଓ ପୁଲିସର ବରିଷ୍ଠ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking