28.1 C
Bhubaneswar
Saturday, February 28, 2026
Homeଦେଶ ବିଦେଶଇସ୍ରାଏଲ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ

ଇସ୍ରାଏଲ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ଇରାନର ରାଜଧାନୀ ତେହେରାନରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ନିଶ୍ଚିତ କରିଛନ୍ତି। ଇରାନର ରାଜଧାନୀ ତେହେରାନ ବ୍ୟତୀତ କୋମ, ହାଇଫା, ଖୋରାମାବାଦ ଏବଂ ଇସଫାହାନରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇରାନୀ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ବ୍ୟାପକ ଧ୍ୱଂସ ଘଟାଇଛି। ଏହି ଭୟଙ୍କର ଆକ୍ରମଣରେ ଏପର୍ଯ୍ୟନ୍ତ 24 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 60 ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।ଇରାନର କିଛି ସରକାରୀ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହାର ଜବାବରେ, ଇରାନ ମଧ୍ୟ ଦ୍ରୁତ ଗତିରେ କ୍ଷେପଣାସ୍ତ୍ର ମାଡ଼ କରି ଇସ୍ରାଏଲୀ ସହର ତେଲ ଅଭିଭ, ହାଇଫା, ଗାଲିଲି ଇତ୍ୟାଦିକୁ ଟାର୍ଗେଟ କରିଥିଲା। ଇସ୍ରାଏଲୀ ନାଗରିକଙ୍କୁ ଆଶ୍ରୟସ୍ଥଳ ନିକଟରେ ରହିବାକୁ କୁହାଯାଇଛି। ଏହି ଆକ୍ରମଣରେ ଆମେରିକା ମଧ୍ୟ ସେମାନଙ୍କ ସହିତ ଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଇରାନକୁ ପରମାଣୁ ବୋମା ତିଆରି କରିବାକୁ ଦେବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking