ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ । ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରାଜ୍ୟରେ ୨୦୨୪- ୨୫ରେ ୨୩ହଜାର ୧୨୦ଟି ଆରଟିଆଇ ମାମଲା ଗ୍ରହଣ କରାଯାଇଛି । ୨୨୩୭୨ ମାମଲା ସମାଧାନ ହୋଇଛି । ମାର୍ଚ୍ଚ ୩୧ରୁ ଏଯାଏଁ ୯୬ ପ୍ରତିଶତ ମାମଲା ସମାଧାନ ହୋଇଛି । ୨୦୨୩- ୨୪ରେ ଆରଟିଆଇ ମାମଲା ୭୭ହଜାର ୮୫୨ଟି ମାମଲା ଗ୍ରହଣ କରାଯାଇଛି । ୭୪ହଜାର ୬୦୭ଟି ମାମଲା ସମାଧାନ ହୋଇଛି । ସର୍ବମୋଟ ୯୫. ୮୩ ପ୍ରତିଶତ ସମାଧାନ ହୋଇଛି । ୨୦୨୨ରୁ ୨୩ ଆରଟିଆଇ ମାମଲା ୭୯ ହଜାର ୩୬୩ଟି ମାମଲା ଗ୍ରହଣ କରାଯାଇଛି । ୭୩ ହଜାର ୮୪୬ ମାମଲା ସମାଧାନ ହୋଇଛି । ସର୍ବମୋଟ ୯୩ ପ୍ରତିଶତ ସମାଧାନ ହୋଇଥିଲା ।










