25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବିମାନ ଦୁର୍ଘଟଣାରେ ୨୩ ବର୍ଷୀୟ ଭାରତୀୟ କ୍ରିକେଟର ମୃତ

ବିମାନ ଦୁର୍ଘଟଣାରେ ୨୩ ବର୍ଷୀୟ ଭାରତୀୟ କ୍ରିକେଟର ମୃତ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଜଣେ ୨୩ ବର୍ଷୀୟ କ୍ରିକେଟର ଥିଲେ ଯିଏ ଲଣ୍ଡନ ଫେରୁଥିଲେ। ଦୁର୍ଘଟଣାରେ କ୍ରିକେଟର ଦୀର୍ଧ ପଟେଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀର୍ଧ ଇଂଲଣ୍ଡର ଲିଡ୍ସ ମଡର୍ନିଆନ୍ସ କ୍ରିକେଟ୍ କ୍ଲବ ପକ୍ଷରୁ ଖେଳି ଥାଆନ୍ତି। ସୂଚନା ଅନୁସାରେ, ଗୁଜୁରାଟରେ ବସବାସ କରୁଥିବା ୨୩ବର୍ଷୀୟ କ୍ରିକେଟ ଖେଳାଳି ଦୀର୍ଧ ପଟେଲ ହଡର୍ସଫିଲ୍ଡ ବିଶ୍ୱବିଦ୍ୟାଳୟରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ସ୍ନାତକୋତ୍ତର ସମାପ୍ତ କରିଛନ୍ତି। ସେ ଖୁବଶୀଘ୍ର ଟେକ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିବାର ଯୋଜନା ରଖିଥିଲେ।

ଦୀର୍ଧ ପଟେଲ ଏୟାର ଇଣ୍ଡିଆ ବିମାନ ସଂଖ୍ୟା ଏଆଇ ୧୭୧ରେ ଯାତ୍ରା କରୁଥିବା ସେହି ୨୪୨ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଯିଏକି ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲେ। ଦୁଃଖର ବିଷୟ ବିମାନରେ ବସିଥିବା୍ ୨୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ମାତ୍ର ବିଟ୍ରିଶ ନାଗରିକ ବିଶ୍ବାସ କୁମାର ରମେଶଙ୍କ ସୌଭାଗ୍ୟବଶତଃ ଜୀବନ ରକ୍ଷା ପାଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁୂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚି ରମେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟ‌ରେ ପଚାରି ବୁଝିଥି‌ଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking