ସମ୍ବଲପୁର: ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱା ଜବତ । ସମ୍ବଲପୁର ଠେଲକୋଲୋଇ ପୁଲିସ ପାଉଁଶ ବୋଝେଇ ୨୩ଟି ହାଇୱା ଟ୍ରକ୍ ଜବତ କରିଛି । ଏହି ଗାଡ଼ିଗୁଡିକ ଝାରସୁଗୁଡାରୁ ଡମ୍ପିଂ ପରମିଟ୍ ବିନା ଆସୁଥିଲେ । ଆଉ ଠେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ ବେଆଇନ ଭାବରେ ପାଉଁଶ ନିଷ୍କାସନ କରୁଥିବା ସମୟରେ ପୁଲିସ ଅଟକାଇବା ସହ ୨୩ ଟି ହାଇୱା ଜବତ କରିଥିଲା । କୋଇଲା ପାୱାର ପ୍ଳାଣ୍ଟରୁ ଏଭଳି ଫ୍ଳାଏ ଆସ ନିର୍ଗତ ହୋଇଥାଏ । ଝାରସୁଗୁଡାରୁ ଗାଡିରେ ଫ୍ଲାଏ ଆସ୍ ଆଣି ଏଠାରେ ବେଆଇନ ଭାବରେ ଡମ୍ପିଂ କରାଯାଉଥିବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ଗାଡିଗୁଡିକୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି ।










