ଭୁବନେଶ୍ୱର: ଗତ ୧୫ ମାସରେ କ୍ୟାମ୍ପସରେ ଆତ୍ମହତ୍ୟା କଲେଣି ୨୨ ଛାତ୍ରଛାତ୍ରୀ । ବିଧାନସଭାରେ ଉଦବେଗ ଜନକ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ସରକାରୀ ଓ ଘରୋଇ କ୍ୟାମ୍ପସରେ ଆତ୍ମହତ୍ୟା କରିଛନ୍ତି ଛାତ୍ରଛାତ୍ରୀ । ରାୟଗଡାରେ ୪ ଛାତ୍ର, କିଟରେ ୨ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରେ ୩, ବଲାଙ୍ଗିରରେ ୨ ଜଣ ଆତ୍ମହତ୍ୟା କରିଛନ୍ତି ।









