24.1 C
Bhubaneswar
Tuesday, December 23, 2025
Homeଓଡିଶା୨୨ ନକ୍ସଲଙ୍କ ଆତ୍ମସମର୍ପଣ

୨୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ଓଡିଶାରେ ଭୁଶୁଡୁଛି ମାଓ ଦୁର୍ଗ । ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ନକ୍ସଲ । ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ।  ପୋଲିସ ଡିଜି ୱାଇବି ଖୁରାନିଆ, ଡିଆଇଜି କନୱର ବିଶାଲ ସିଂହ, ମାଲକାନଗିରି ଜିଲ୍ଲା କଲେକ୍ଟର ସୋମେଶ ଉପାଧ୍ୟାୟ, ଏସ୍ପି ବିନୋଦ ପାଟିଲ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨୨ ନକ୍ସଲ । ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ । ଆତ୍ମସମର୍ପଣ କରିଥିବା ନସ୍କଲଙ୍କ ନାଁରେ ଥିଲା ୨ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର । ଗୋଟିଏ ଏକେ – ୪୭, ୨ଟି ଇନସାସ, ୯ଟି ବନ୍ଧୁକ ଜବତ କରାଯାଇଛି । ପୋଲିସ ଅନ୍ୟ ମାଓବାଦୀ ସଦସ୍ୟମାନଙ୍କୁ ହିଂସା ଛାଡି ଆତ୍ମସମର୍ପଣ କରିବାକୁ ଅନୁରୋଧ କରିଛନ୍ତି, ଯେଉଁମାନେ ଏପରି କରିବେ ସେମାନଙ୍କୁ ସରକାରୀ ସହାୟତା ଏବଂ ପୁନର୍ବାସର ପ୍ରତିଶ୍ରୁତି ଦେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking