25.1 C
Bhubaneswar
Tuesday, February 3, 2026
Homeଓଡିଶାମଧ୍ୟାହ୍ନ ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଡ଼ିମିରିସେଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସ ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିଥିଲେ। ଅନେକ ଛାତ୍ରଛାତ୍ରୀଙ୍କର ମୁଣ୍ଡ ବୁଲାଇଥିଲା। ପ୍ରଥମେ ୪ ଜଣ ବାନ୍ତି କରିଥିଲେ। ପରେ ଆଉ ୮ ଜଣ ବାନ୍ତି କରିଥିଲେ। ଏହି ସଂଖ୍ୟା ଧୀରେଧୀରେ ୨୧କୁ ବୃଦ୍ଧି ପାଇଥିଲା। ସମସ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟାଳୟର ଶିକ୍ଷକ ଓ ପରିବାର ଲୋକେ ଆଣି ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking