15.1 C
Bhubaneswar
Friday, December 19, 2025
Homeଓଡିଶାପାରାଦୀପରେ କୋରିଆର ଏକ ଜାହାଜରେ ୨୧ ପାକିସ୍ଥାନୀ

ପାରାଦୀପରେ କୋରିଆର ଏକ ଜାହାଜରେ ୨୧ ପାକିସ୍ଥାନୀ

-କୋରିଆରୁ ଅଶୋଧିତ ତୈଳ ନେଇ ଆସିଥିଲା ଜାହାଜ
-ବିପଦ ଆଶଙ୍କାରେ ଜାହାଜକୁ ପୋର୍ଟକୁ ଆସିବାକୁ ବାରଣ
-କୂଳଠାରୁ ୨୦ କିମି ଦୂରରେ ତୈଳ ଅନଲୋଡ୍ ପାଇଁ ନିର୍ଦ୍ଦେଶ

ଜଗତ୍‌ସିଂହପୁର: ସାମ୍ପ୍ରତିକ ସ୍ଥିତିରେ ଭାରତ-ପାକ୍ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଭାରତର ଅପରେସନ୍ ସିନ୍ଦୂରର ସଫଳତାରେ ପାକିସ୍ଥାନ ବିଚଳିତ ହୋଇପଡ଼ିଛି। ଭାରତ ସରକାର ପାକିସ୍ତାନ ସହ ସବୁପ୍ରକାର ବ୍ୟବସାୟ ବାଣିଜ୍ୟ ବନ୍ଦ କରିଥିବା ସମୟରେ ବୁଧବାର ଜଗତସିଂହପୁର ଜିଲ୍ଲାର ପାରାଦୀପ ପୋର୍ଟଠାରେ ଦକ୍ଷିଣ କୋରିଆର ଏକ ଜାହାଜରେ ୨୧ଜଣ ପାକିସ୍ଥାନୀ ଥିବା ଜଣାପଡ଼ିଛି। ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଉକ୍ତ ଜାହାଜକୁ ପାରାଦୀପ ବନ୍ଦର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ପାରାଦୀପ ଆଇଓସିଏଲ୍‌କୁ ୧୩୫ ମେଟ୍ରିକ୍ ଟନ୍ ଆଶୋଧିତ ତୈଳ ନେଇ ଆସିଥିବା କୋରିଆର ଉକ୍ତ ଜାହାଜକୁ ପୋର୍ଟଠାରୁ ୨୦କିମି ଦୂରରେ ଥିବା ଏସ୍‌ପିଏମ୍ ବର୍ଥରେ ଅଟକାଇ ଦିଆଯାଇଛି। ସେହିଠାରେ ତୈଳ ଅନ୍‌ଲୋଡ୍ କରିବା ପରେ ଉକ୍ତ ଜାହାଜକୁ ବିଦାକରି ଦିଆଯିବ ବୋଲି କଷ୍ଟମ୍ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିସହିତ ପାରାଦୀପ ମେରାଇନ୍ ପୁଲିସ, ପାରାଦୀପ ବନ୍ଦର, କଷ୍ଟମ୍ ବିଭାଗଆଦି ୧୪ରୁ ଊର୍ଦ୍ଧ୍ୱ ବିଭାଗ ଉକ୍ତ ଜାହାଜ ଉପରେ ନଜର ରଖିବା ସହିତ କଷ୍ଟମ୍ ବିଭାଗ ପକ୍ଷରୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚରେ ଉକ୍ତ ଜାହାଜର ସମସ୍ତ କାଗଜପତ୍ର ଠିକ୍ ଥିବା ସହିତ ସେଥିରେ ୨୫ଜଣ କ୍ରିୟୁ ସଦସ୍ୟ ଥିବା ସ୍ପଷ୍ଟ ହୋଇଛି। ୨୫ଜଣ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ୨୧ଜଣ ପାକିସ୍ଥାନୀ ହୋଇଥିବା ନେଳେ, ୨ଜଣ ଭାରତୀୟ, ଜଣେ ଥାଇଲ୍ୟାଣ୍ଡ ଓ ଜଣେ ଶ୍ରୀଲଙ୍କାର ଥିବା ଜଣାପଡ଼ିଛି। ଉକ୍ତ ଜାହାଜରେ ହଂକଂର ପତକା ଲାଗିବା ସହିତ ଜାହାଜର ନାମ ଏକତଟି ସିରେନ୍‌-୨ ଲେଖା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking